ସିରିୟା ବିମାନ ଆକ୍ରମଣରେ ୯ ଆଇଏସ୍‌ ଆତଙ୍କବାଦୀ ମୃତ

ବେରୁଦ,୨୭।୧୦: ଉତ୍ତର ପଶ୍ଚିମ ସିରିୟାରେ ରବିବାର ହୋଇଥିବା ବିମାନ ଆକ୍ରମଣରେ ଅତିକମ୍‌ରେ ୯ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲିକପ୍ଟର ଦ୍ୱାରା ଉତ୍ତର-ପଶ୍ଚିମରେ ଥିବା ଇଦଲିବର ବାରିସ ଗାଁ ବାହାରେ ଥିବା ଏକ ଘର ଓ କାରକୁ ଟାର୍ଗେଟ କରି ଏହି ଆକ୍ରମଣ କରାଯାଇଥିଲା। ସିରିୟାର ଅବଜରଭେଟରୀ ଫର୍‌ ହ୍ୟୁମାନ ରାଇଟ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଆମେରିକା ସେନାଙ୍କ ଦ୍ୱାରା କରାଯାଇଥିବା ବିଶେଷ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି।

Share