Categories: ଖେଳ

ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ : ଝେଙ୍ଗ୍‌- ସାବାଲେଙ୍କା ଫାଇନାଲ

କାର୍ଲିଫର୍ନିଆ,୪।୮: ଏଠାରେ ଚାଲିଥିବା ସିଲିକନ ଭ୍ୟାଲି ଡବ୍ଲ୍ୟୁଟିଏ ଟୁର୍ନାମେଣ୍ଟରେ ଚାଇନାର ଝେଙ୍ଗ୍‌ ସାଇସାଇ ଫାଇନାଲରେ ପ୍ରବେଶ କରିଛନ୍ତି। ବିଶ୍ୱର ଏହି ୫୫ ନମ୍ବର ଅଣସିଡ ଖେଳାଳି ଶନିବାର ସେମିଫାଇନାଲରେ ଗ୍ରୀସ୍‌ର ସପ୍ତମ ସିଡ ଖେଳାଳି ମାରିଆ ସାକାରିଙ୍କୁ ୭-୬, ୬-୨ ସେଟରେ ପରାସ୍ତ କରି ବିପର୍ଯ୍ୟୟ ଘଟାଇବା ସହ ଫାଇନାଲକୁ ଉଠିଛନ୍ତି। ଏହାପୂର୍ବରୁ ସେ ଆମେରିକାର ଚତୁର୍ଥ ସିଡ ଖେଳାଳି ଅମଣ୍ଡା ଅନିସିମୋଭାଙ୍କୁ ପରାସ୍ତ କରିଥିଲେ। ଟାଇଟଲ ପାଇଁ ରବିବାର ସେ ବେଲାରୁଷର ଦ୍ୱିତୀୟ ସିଡ ଖେଳାଳି ଅରିନା ସାବାଲେଙ୍କାଙ୍କୁ ଫାଇନାଲ ମୁକାବିଲାରେ ଭେଟିବେ। ଅନ୍ୟଏକ ସେମିଫାଇନାଲରେ ସାବାଲେଙ୍କା ୬-୩,୬-୪ ସେଟ୍‌ରେ ଡୋନା ଭେକିକ୍‌ଙ୍କୁ ହରାଇ ଫାଇନାଲକୁ ଉଠିଥିଲେ। ବିଶ୍ୱର ୧୦ ନମ୍ବର ଖେଳାଳି ସାବାଲେଙ୍କା ଟାଇଟଲ ଫେଭରାଇଟ୍‌ ବିବେଚିତ ହେଉଛନ୍ତି। ତେବେ ଫାଇନାଲ ମ୍ୟାଚ୍‌ରେ ବିଜୟୀ ହେଲେ ଝେଙ୍ଗ୍‌ ପ୍ରଥମ ଟାଇଟଲ ହାସଲ କରିବେ।

Share