Categories: ଜାତୀୟ

ସିଲିଣ୍ଡର ଫାଟିବାରୁ ଗୋଟିଏ ପରିବାରର ୩ସଦସ୍ୟଙ୍କ ମୃତ୍ୟୁ, ୬ଆହତ

ଭୋପାଳ,୨୫।୧୦: ମଧ୍ୟପ୍ରଦେଶ ଗ୍ବାଲିୟରରେ ଗୁରୁବାର ବିଳମ୍ବିତ ରାତିରେ ସିଲିଣ୍ଡର ଫାଟିବାରୁ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ଘଟଣାର ଯାଞ୍ଚ ଚଳାଇଛି।

Share