ସିଲେଟକାନୀରେ ନାବାଳକଙ୍କୁ ବଳି ଅଭିଯୋଗ

ଦେଓଗାଁ,୫।୨(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଲେଟକାନୀ ଗ୍ରାମରେ ଜଣେ ନାବାଳକଙ୍କୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଜାନୁଆରୀ ୨୨ରୁ ଇଟାଭାଟି ପାଖରୁ ନିଖୋଜ ହୋଇଯାଇଥିଲେ ନାବାଳକ ଜଣକ। ସୋନଗଡ଼ ନଦୀପଠାରୁ ବୁଧବାର ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ପଠାଇଛି। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମନୋରଞ୍ଜନ ପ୍ରଧାନ, ଦେଓଗାଁ ଥାନାଧିକାରୀ ରଞ୍ଜନ ବରିହା, ଏସ୍‌ଡିପିଓ ଶ୍ରୀମନ୍ତ ବାରିକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ କୁକୁର ଏକ ଖଣ୍ଡିଆ ଗୋଡ଼କୁ କାମୁଡ଼ି ଧରି ଆଣିବା ପରେ ଲୋକଙ୍କ ସନ୍ଦେହ ହୋଇଥିଲା। ପରେ ପୋଲିସକୁ ଖବର ଦେବାରୁ ସନ୍ଧାନୀ କୁକୁର ସହଯୋଗରେ ୪ ଘଣ୍ଟା ଖୋଜାଖୋଜି କରିବା ପରେ ମୃତଦେହ ମିଳିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଛାନ୍‌ଭିନ ଚଳାଇଛି।