ସିଲ୍‌ ହେଲା ଦିଲ୍ଲୀର ଶ୍ରମ ଶକ୍ତି ଭବନ

ନୂଆଦିଲ୍ଲୀ,୧୧।୫: ଶକ୍ତି ମନ୍ତ୍ରଣାଳୟର ଜଣେ କର୍ମଚାରୀ କରୋନାରେ ସଂକ୍ରମିତ ହେବା ପରେ ରାଜଧାନୀ ଦିଲ୍ଲୀରେ ଥିବା ଶ୍ରମ ଶକ୍ତି ଭବନକୁ ସୋମବାର ସିଲ୍‌ କରିଦିଆଯାଇଛି। ଏହାସହ ସମସ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ କୁହାଯାଇଛି। ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଘରେ ରହି କାମ କରିବାକୁ ପଡିବ। ସୂଚନାଯୋଗ୍ୟ, ଏବେ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୬,୯୨୩। ତେଣୁ ସଂକ୍ରମଣ ରୋକିବାକୁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ନେଉଛନ୍ତି।

Share