Categories: କନ୍ଧମାଳ

ସିସିଏଙ୍କ ମାଡ଼ରେ ଛାତ୍ର ଆହତ

ଫୁଲବାଣୀ ଅଫିସ,୧ା୧୨- ଟିକାବାଲି ବ୍ଲକ ଛତିଝର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ହଷ୍ଟେଲରେ ରହି ପଢ଼ୁଥିବା ଜଣେ ଛାତ୍ର ସିସିଏ(କୁକ୍‌ କମ୍‌ ଆଟେଣ୍ଡାଣ୍ଟ)ଙ୍କ ମାଡରେ ଆହତ ହୋଇଛନ୍ତି। ଘଟଣାକୁ ୩ଦିନ ବିତିଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି। ସୂଚନା ଅନୁଯାୟୀ, ସ୍କୁଲରେ ସିସିଏ ଭାବେ କାର୍ଯ୍ୟ କରୁଥିବା ସୁଜାତା ନାୟକ ଛାତ୍ର ଜଣଙ୍କୁ କାହିଁକି ଖେଳୁଛୁ ବୋଲି କହି ବାଡ଼ିରେ ପିଟିଥିଲେ ା ତାଙ୍କ ବାମ ହାତରେ ଆଘାତ ଲାଗିଥିଲା। ଯନ୍ତ୍ରଣା ହେବାରୁ ତାଙ୍କୁ ମେଡିକାଲ ନିଆଯାଇ ଏକ୍ସରେ କରାଯାଇଥିଲା। ହାଡ ଭାଙ୍ଗି ନ ଥିବା ଜଣାପଡିବା ପରେ ଡାକ୍ତର ଔଷଧ ଦେଇଥିଲେ। ଏନେଇ ପ୍ରଧାନଶିକ୍ଷୟିତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ନାହାନ୍ତି। ଆମେ ପିଲାକୁ ଉପଯୁକ୍ତ ଚିକିତ୍ସା ସେବା ଦେଇଛୁ ା ପିଲାକୁ ମାଡ ହୋଇନାହିଁ ା ସେ ପଡି ଯାଇଛି ବୋଲି ପ୍ରଥମେ କହିବା ପରେ ଶେଷରେ ମାଡ ମରା ଯାଇଥିବା କଥା ପ୍ରଧାନଶିକ୍ଷୟିତ୍ରୀ ସୁପ୍ରଭା ପାତ୍ର ସ୍ବୀକାର କରିଛନ୍ତି। ଜିଲା ଶିକ୍ଷାଧିକାରୀ ବିକାଶ ପ୍ରଧାନଙ୍କୁ ପଚାରିବାରୁ ଯଦି ସେପରି କିଛି ହୋଇଛି ତାହାଲେ ବ୍ଲକ ଶିକ୍ଷାଧିକାରୀଙ୍କୁ କହିବି ବୋଲି କହିଛନ୍ତି ା