Categories: ଜାତୀୟ

ସିସୋଡିଆଙ୍କ ଜାମିନକୁ ବିରୋଧ କରୁଛି ସିବିଆଇ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆମ ଆଦମୀ ପାର୍ଟି(ଏଏପି) ନେତା ମନୀଷ ସିସୋଡିଆଙ୍କ ଜାମିନ ଉପରେ ଶୁଣାଣି ଚାଲିଛି। ଏହି ସମୟରେ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି (ସିବିଆଇ) ଦିଲ୍ଲୀ ହାଇକୋର୍ଟରେ ସିସୋଡିଆଙ୍କ ଜାମିନ ଆବେଦନକୁ ବିରୋଧ କରିଛି। କୋର୍ଟରେ ସିବିଆଇ ପକ୍ଷରୁ ଏଏସ୍‌ଜି ଏସ.ବି ରାଜୁ କହିଛନ୍ତି, ଯଦି ମନୀଷ ସିସୋଡିଆଙ୍କୁ ଜାମିନ ଦିଆଯାଏ, ତେବେ ସେ ପ୍ରମାଣ ଏବଂ ସାକ୍ଷୀମାନଙ୍କୁ ପ୍ରଭାବିତ କରିପାରନ୍ତି।

ସିବିଆଇ କହିଛି, ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମକୁ ଅତି ବ୍ୟବସ୍ଥିତ ଏବଂ ଚତୁର ଢଙ୍ଗରେ କାର୍ଯ୍ୟକାରୀ କରାଯାଇଥିଲା। ମନୀଷ ସିସୋଡିଆଙ୍କ ସହ ବିଜୟ ନାୟାର ମୁଖ୍ୟ ଷଡଯନ୍ତ୍ରକାରୀ। ଏହି ମାମଲାରେ ମଙ୍ଗଳବାର ନିମ୍ନ ଅଦାଲତରେ ଚାର୍ଜସିଟ ଦାଖଲ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମନୀଷ ସିସୋଡିଆ ଏବଂ ବିଜୟ ନାୟାର ଅତି ଘନିଷ୍ଠ ଥିଲେ। ବିଜୟ ନାୟାର ଆମ ଆଦମୀ ପାର୍ଟିର ଗଣମାଧ୍ୟମ ପ୍ରଭାରୀ ଥିଲେ, ଏବଂ ପାର୍ଟି ବୈଠକରେ ସାମିଲ ହେଉଥିଲେ।

Share