ସିସୋଡିଆ ପଛରେ ଏଏପି ଆଗରେ

ନୂଆଦିଲ୍ଲୀ,୧୧।୨: ଦିଲ୍ଲୀ ନିର୍ବାଚନ ଫଳାଫଳକୁ ଦେଖି ମହାରାଷ୍ଟ୍ର ଓ ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କର୍ମୀମାନେ ବିଜୟ ପର୍ବ ପାଳନ କରିବା ଆରମ୍ଭ କରି ଦେଲେଣି। ଏପଟେ କିନ୍ତୁ ଦିଲ୍ଲୀର ପ୍ରାୟ ୫୮ ଆସନରେ ଏଏପି ଆଗରେ ଥିବା ବେଳେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଡିଆ ୫ମ ରାଉଣ୍ଡ ଗଣତି ସୁଦ୍ଧା ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରାର୍ଥୀଙ୍କ ଠାରୁ ୧୫୭୬ ଭୋଟରେ ପଛୁଆ ଚାଲିଥିବା ସୂଚନା ମିଳିଛି। ଅନ୍ୟପଟେ ଆଲୋଚନା ହେଲାଣି କି ଏଥର କେଜରିଓ୍ବାଲ ହ୍ୟାଟ୍ରିକ୍‌ ମାରିବାକୁ ପୂରା ପ୍ରସ୍ତୁତ ହୋଇଗଲେଣି। ଗୋଟିଏ ପଟେ ଭାଜପା ଅମାନତ ହରାଇବ ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ମଧ୍ୟ ସମର୍ଥ ହେବ ନାହିଁ ବୋଲି ମଧ୍ୟ କଥା ଶୁଣିବାକୁ ମିଳୁଛି।

Share