Categories: ଜାତୀୟ

ସୀତାରାମନଙ୍କୁ ଘେରିଲେ ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ: କହିଲେ, ଆମ ଟଙ୍କା ଦିଅ

ମୁମ୍ବାଇ,୧୦।୧୦: ପଞ୍ଜାବ ଓ ମହାରାଷ୍ଟ୍ର ସମବାୟ (ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତି ମାମଲାକୁ ନେଇ ବ୍ୟାଙ୍କ୍‌ର ଖାତାଧାରୀମାନେ ଚିନ୍ତାରେ ପଡିଛନ୍ତି । ଗୁରୁବାର କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କୁ ଘେରିଛନ୍ତି ପିଏମ୍‌ସି ବ୍ୟାଙ୍କ୍‌ ଖାତାଧାରୀ। ସୀତାରାମନ ମୁମ୍ବାଇର ନରୀମାନ ପଏଣ୍ଟରେ ଥିବା ଭାଜପା ଅଫିସକୁ ଆସିଥିବାବେଳେ ତାଙ୍କୁ ଘେରିଯାଇ ଆମ ଟଙ୍କା ଫେରସ୍ତ ଦିଅ ବୋଲି ନାରା ଦେଇଥିଲେ। ପୂର୍ବରୁ ମଧ୍ୟ ବ୍ୟାଙ୍କର ଖାତାଧାରୀମାନେ ଟଙ୍କା ଫେରସ୍ତକୁ ନେଇ ବ୍ୟାଙ୍କ୍‌ ଏବଂ କୋର୍ଟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ। ସୂଚନାଯୋଗ୍ୟ, ମୁମ୍ବାଇ ପୋଲିସର ଅଭିଯୋଗକୁ ଭିତ୍ତିକରି ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନଫୋର୍ସମେଣ୍ଟ କେସ୍‌ ଇନଫରମେସନ ରିପୋର୍ଟ ରେଜିଷ୍ଟ୍ରି କରିଛି। ଏଥିରେ ୬୫୦୦ କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗ ହୋଇଛି।

Share