Categories: ଜାତୀୟ

ସୀତାରାମନ୍‌ଙ୍କୁ ମାରୁତି ଅଧ୍ୟକ୍ଷଙ୍କ ସମର୍ଥନ

ନୂଆଦିଲ୍ଲୀ,୨୦-୯: ଓଲା ଓ ଉବର କ୍ୟାବ୍‌ ଆଧାରିତ ଟ୍ୟାକ୍ସି ସୁବିଧା ଯୋଗୁ ଦେଶର ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଆସିଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ଙ୍କ ବୟାନକୁ ଶେଷରେ ମାରୁତି ସୁଜୁକି ମଧ୍ୟ ସମର୍ଥନ କରିଛି। ମିଡିଆକୁ ଏକ ସାକ୍ଷତାକାର ଦେଇ କମ୍ପାନୀ ଅଧ୍ୟକ୍ଷ ଆର୍‌.ସି. ଭାର୍ଗବ ଅର୍ଥମନ୍ତ୍ରୀଙ୍କ ବୟାନକୁ ଉଚିତ୍‌ ବୋଲି ଦର୍ଶାଇଛନ୍ତି। ତେବେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଅର୍ଥମନ୍ତ୍ରୀଙ୍କ ବୟାନ ସହ ସହମତ ନୁହେଁ ବୋଲି ପୂର୍ବରୁ କହିସାରିଛନ୍ତି। ଅର୍ଥମନ୍ତ୍ରୀ ସୀତାରାମନ୍‌ ଏକ ଖବରଦାତା ସମ୍ମିଳନୀରେ କହିଥିଲେ ଯେ, ଆଜିକାଲିର ଯୁବବର୍ଗ ଇଏମ୍‌ଆଇ ଜରିଆରେ ନୂଆ କାର୍‌ କିଣିବା ପରିବର୍ତ୍ତେ ଓଲା-ଉବର କ୍ୟାବ୍‌ ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି।

Share