Advertisement
Categories: ଜାତୀୟ

ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ମିଳିଲା ଅନୁମତି: କଶ୍ମୀର ଛାତ୍ର ନିଜ ପରିବାରଙ୍କୁ ଭେଟିପାରିବେ ନିର୍ଦ୍ଦେଶ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୨୮।୮: ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀଙ୍କୁ ଶ୍ରୀନଗର ଯିବାକୁ ସୁପ୍ରିମ୍‌କୋର୍ଟ ବୁଧବାର ଅନୁମତି ଦେଇଛନ୍ତି। ୟେଚୁରୀ ବିଧାୟକ ଏମ୍‌.ଓ୍ବାଇ. ତରିଗାମିଙ୍କୁ ଭେଟିବା ଲାଗି ସର୍ବୋଚ୍ଚ ଅଦାଲତଙ୍କ ଅନୁମତି ଲୋଡିଥିଲେ। ସେହିପରି କଶ୍ମୀର ଅନନ୍ତନାଗର ଛାତ୍ର ତାଙ୍କ ପରିବାରଙ୍କୁ ଭେଟିବା ପାଇଁ ଆବେଦନ କରିଥିଲେ। ଏନେଇ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ସ୍ଥିତି ସମ୍ପର୍କରେ ପଚାରିବା ସହିତ ସୋଲିସିଟର ଜେନେରାଲଙ୍କୁ ଛାତ୍ରଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ଯୋଗୁ ଛାତ୍ର ଜଣକ ନିଜ ପରିବାର ସହିତ ଯୋଗାଯୋଗ କରି ପାରି ନ ଥିଲେ। ସେହିପରି ୟେଚୁରୀଙ୍କ ଶ୍ରୀନଗର ଯାତ୍ରାକୁ ରାଜନୈତିକ ଦୃଷ୍ଟିକୋଣରୁ ଦେଖାଯାଇ ଏହାକୁ ବାରଣ କରାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share