‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌: କନ୍ଦେଇଲା – ହସେଇଲା – ରଗେଇଲା

ନିକଟରେ ବାଲେଶ୍ୱର ଶେରଗଡ଼ଠାରେ ବାଘାଯତୀନ ଲୋକନାଟ୍ୟର ପ୍ରଥମ ନାଟକ ‘ସୀତାର ଜଳୁଛି ଚିତା’ର ଫାଇନାଲ୍‌ ରିହରସଲ୍‌ ଅନୁଷ୍ଠିତ ହୋଇଯାଇଛି। ପ୍ରଚଣ୍ଡ ପ୍ରତିଭାସମ୍ପନ୍ନ ଯୁବ ନାଟ୍ୟକାର ଅରୁଣ ନାୟକଙ୍କ ରଚିତ ଏହି ନାଟକଟି ଦର୍ଶକମାନଙ୍କୁ ଯେତିକି କନ୍ଦେଇଛି, ସେତିକି ହସେଇଛି। ଆଉ ସେତିକି ପରିମାଣରେ ରଗେଇଛି ମଧ୍ୟ। ଅରୁଣ ନାୟକଙ୍କ ପ୍ରତ୍ୟେକଟି ଡାଏଲଗ୍‌ ଛୁଇଁଛି ଦର୍ଶକମାନଙ୍କୁ; ଯାହାର ପ୍ରମାଣ ଥିଲା ଘନଘନ କରତାଳି। ଆଉ ସଂଳାପରେ ଭରି ହୋଇ ରହିଥିଲା ସମାଜକୁ ସଚେତନ କରିବାର ବାର୍ତ୍ତା। ଆମେ ଅନ୍ୟାୟକୁ ଦେଖି ଚୁପ୍‌ ରହିବାନି। ନିଜର ସ୍ବାର୍ଥ ଲାଗି ଲୋକମାନେ ଭୁଲ୍‌କୁ ଭୁଲ୍‌ ବୋଲି ଜାଣି ମଧ୍ୟ ନୀରବ ରହିଯାଆନ୍ତି। ମାତ୍ର ତାହା ହେଉଛି କାପୁରୁଷପଣିଆ। ଅନ୍ତତଃ ଭୁଲ୍‌ ବିରୋଧରେ ଥରୁଟେ ସ୍ବର ଉତ୍ତୋଳନ କରାଯିବା ଦରକାର। ଏହାକୁ ଥିମ୍‌ ଭାବରେ ନାଟକରେ ନେଇଥିଲେ ନାଟ୍ୟକାର। ଟ୍ୟୁଶନ୍‌ କରି ଘର ଚଳାଉଥିବା ଜଣେ ଯୁବତୀ ସାମ୍ନାରେ କିଛି ବଡ଼ଲୋକ ଘରର ପିଲା ଏକ ପାଗଳୀକୁ ବଳାତ୍କାର କରୁଛନ୍ତି। ତାହା ବିରୋଧରେ ସେ ସ୍ବର ଉତ୍ତୋଳନ କରୁଛି। ବାପା ତାକୁ ଘରୁ ବାହାର କରି ଦେଉଛନ୍ତି। ତଥାପି ଯୁବତୀଟି ପଛକୁ ଫେରୁନି। ସମୟକ୍ରମେ ଭଗବାନ ଭଳି ଜଣେ ବ୍ୟକ୍ତିଙ୍କୁ ଭେଟୁଛି ସେ। ତାଙ୍କରି ସହାୟତାରେ ସେ ପାଗଳୀକୁ ବଳାତ୍କାର କରାଯିବାର ପ୍ରତିଶୋଧ ନେଉଛି। ନାଟ୍ୟକାର ଅରୁଣ ନାୟକ ଏଥିରେ ତାଙ୍କ ସଂଳାପ ରଚନାର ପ୍ରତିଭାକୁ ଭରପୂର ପ୍ରୟୋଗ କରିଛନ୍ତି। ନାଟକରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଓଡ଼ିଆ ଯାତ୍ରା ଇଣ୍ଡଷ୍ଟ୍ରିର ଆକ୍ସନ୍‌ ଷ୍ଟାର ବାପି ପଣ୍ଡା। ବାପିଙ୍କ ଅଭିନୟ କେବଳ ମନଛୁଅଁା ନୁହେଁ; ରୋମାଞ୍ଚକର। ବାପିଙ୍କ ଡାଏଲଗ୍‌ ଶୁଣିଲେ ଦର୍ଶକଙ୍କ ହାତ ଯେ ମନକୁମନ ମୁଠାମୁଠା ହୋଇଯାଉଥିବ ଏକଥାକୁ ଅସ୍ବୀକାର କରାଯାଇ ପାରିବ ନାହିଁ। ନାଟକର ନିର୍ଦ୍ଦେଶନାଭାର ସମ୍ଭାଳିଛନ୍ତି ଉଦୀୟମାନ ଯୁବ ନିର୍ଦ୍ଦେଶକ ମହେଶ ହାଜରା। ନୂଆ ଶୈଳୀର ଡିରେକ୍‌ସନ୍‌ ନାଟକଟିକୁ ଫିଲ୍ମିକ୍‌ (ସିନେମା ଭଳି) କରି ତୋଳିଛି। ଲୋକମାନଙ୍କୁ ଗୋଟିଏ ରାତି ଅନିଦ୍ରା କରି ରଖିବା ପାଇଁ ଯାହା ବି ଦରକାର ସେଭଳି ଟେକ୍ନିକ୍‌ ପ୍ରୟୋଗ କରିଛନ୍ତି ନିର୍ଦ୍ଦେଶକ ମହେଶ। ମୋଟାମୋଟି ଭାବରେ କହିବାକୁ ଗଲେ ନାଟ୍ୟକାର ଅରୁଣ ନାୟକ, ନିର୍ଦ୍ଦେଶକ ମହେଶ ହାଜରା ଏବଂ ଆକ୍ସନଷ୍ଟାର ବାପି ପଣ୍ଡା ‘ସୀତାର ଜଳୁଛି ଚିତା’କୁ ଏ ବର୍ଷର ସଫଳ ନାଟକ ରୂପେ ଗଢ଼ି ତୋଳିଛନ୍ତି। ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସ (ଟିଟନ୍‌)ଙ୍କ ଗୀତ ଗୁଡ଼ିକ (ବିଶେଷ କରି ଟାଇଟଲ୍‌ ଟ୍ରାକ୍‌) ବେଶ୍‌ ମନଛୁଅଁା। ଏଠାରେ ସୂଚନାଯୋଗ୍ୟ ଯେ, ଗତ ଯାତ୍ରା ସିଜନ୍‌ରେ ଅରୁଣ ନାୟକ ଓ ମହେଶ ହାଜରା ବାଘାଯତୀନ୍‌ ଲୋକନାଟ୍ୟ ପାଇଁ ‘ମୃତ୍ୟୁଦଣ୍ଡ’ ନାଟକ ପ୍ରସ୍ତୁତ କରି ସଫଳ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri