Categories: ଜାତୀୟ

ସୀମାକୁ ଆସିବାକୁ ଚେଷ୍ଟା କଲେ ଫେରି ପାରିବନି ପାକିସ୍ତାନ: ରାଜନାଥ

ସୁରଟ,୧୫।୯: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ସୁରଟରେ ଆୟୋଜିତ ଏକ ସଭାରେ ଉଦ୍‌ବୋଧନ ଦେବା ସମୟରେ ପାକିସ୍ତାନ ଉପରେ ଖୁବ୍‌ ଗର୍ଜିଛନ୍ତି। ରାଜନାଥ କହିଛନ୍ତି ପାକିସ୍ତାନ ଯଦି ଆତଙ୍କବାଦୀଙ୍କ ହାତ ନ ଛାଡେ ତେବେ ତାକୁ ଖଣ୍ଡ ଖଣ୍ଡ ହେବାକୁ ପଡିବ। ଏଥିପାଇଁ ଅବଶ୍ୟ କାହାର ଆବଶ୍ୟକତା ନାହିଁ ସେ ଆପେ ଆପେ ଖଣ୍ଡ ବିଖଣ୍ଡିତ ହୋଇଯିବ। ଦେଶପାଇଁ ପ୍ରାଣବଳୀ ଦେଇଥିବା ୧୨୨ ଯବାନଙ୍କ ପରିବାରଙ୍କୁ ସମ୍ମାନୀତ କରିବା ପାଇଁ ଆୟୋଜିତ ସମାରୋହରେ ରାଜନାଥ ଏହା କହିଛନ୍ତି। ଏହା ସହ ସେ ପାକିସ୍ତାନକୁ ଚେତାବନୀ ଦେଇ କହିଛନ୍ତି, ଯଦି ସୀମାକୁ ଆସିବାକୁ ପାକିସ୍ତାନ ଚେଷ୍ଟା କରେ ତେବେ ସେ ଆଉ ଫେରିବ ନାହିଁ। କାରଣ ଏପଟେ ଭାରତୀୟ ଯବାନ ପ୍ରସ୍ତୁତ ରହିଛନ୍ତି।

Share