ସୀମାକୁ ଲାଗିଥିବା ସବୁ ଜିଲା କରୋନା ସଂକ୍ରମିତ ହେଲେ ନିଜକୁ ବଞ୍ଚାଇ ରଖିଛି ଏହି ଜିଲା

ନାଗୁର,୪।୪:ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଲକଡାଉନ ପରେ ବି ଏହି ସଂଖ୍ୟାରେ ବୃଦ୍ଧି ଘଟିଛି। ହେଲେ ରାଜସ୍ଥାନର ଏମିତି ଏକ ଜିଲା ରହିଛି ଯେଉଁଠି ଏବେ ପର୍ଯ୍ୟନ୍ତ ଜଣେ ହେଲେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇନାହିଁ। ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ଥାନର ନାଗୁର ଜିଲାରେ କେହି କରୋନା ସଂକ୍ରମିତ ନ ଥିବା କୁହାଯାଉଛି। ତେବେ ଏହି ଜିଲାର ଚାରିପଟରେ ଅର୍ଥାତ ସୀମାରେ ଥିବା ପ୍ରାୟ ୭ ଜିଲାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି ବୋଲି ଜଣାପଡିଛି। ହେଲେ ନାଗୁର ଜିଲାରେ କେହି କରୋନା ସଂକ୍ରମିତ ନ ଥିବା ପଛରେ ଜିଲା ପ୍ରଶାସନର ଭୂମିକାକୁ ପ୍ରଶଂସା କରାଯାଇଛି।

Share