Categories: ରାୟଗଡା

ସୀମାନ୍ତରୁ ୩ ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନଗିରି,୨୨ା୭ (ସ୍ବ.ପ୍ର.): ପ୍ରତିବର୍ଷ ମାଓବାଦୀ ସଙ୍ଗଠନ ପକ୍ଷରୁ ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରାଯାଉଛି। ଏହି ସପ୍ତାହ ପାଳନ ବେଳେ ମାଓବାଦୀମାନେ ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ରାଜ୍ୟରେ ବଡଧରଣର ହିଂସା ଘଟାଇଥାନ୍ତି । ଛତିଶଗଡ଼ର ସୁକୁମା ଜିଲା ଏରାବୋରାରେ ମାଓବାଦୀ ସଂଗଠନ ପକ୍ଷରୁ ଶହୀଦ ସପ୍ତାହ ପାଳନ ଅବସରରେ ଯବାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଲଗାଇଥିବା ୩ଟି ଲ୍ୟାଣ୍ଡମାଇନକୁ ୨୨୮ ସିଆରପିଏଫ୍‌ ବାଟାଲିୟାନର ଯବାନମାନେ ଉଦ୍ଧାର କରି ସେଠାରେ ନିଷ୍କ୍ରିୟ କରିଥିବା ଜଣାପଡିଛି। ସେହିପରି ଏରାବୋରା ସାପ୍ତାହିକ ହାଟରେ ସେମାନେ ଲ୍ୟାଣ୍ଡମାଇନ ପୋତିଥିବା ଖବର ପାଇ ସିଆରପିଏଫ ଯବାନମାନେ ହାଟକୁ ଯାଇ ସନ୍ଧାନୀ କୁକୁର ଓ ମେଟାଲ ଡ଼ିଟେକ୍ଟରରେ ଯାଞ୍ଚ କରି ସେଠାରୁ ଅଫୁଟା ଅବସ୍ଥାରେ ଲ୍ୟାଣ୍ଡମାଇନ୍‌ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ନିକଟରେ ଏହାକୁ ନିଷ୍କ୍ରିୟ କରି ଦେଇଥିଲେ।