Posted inଜାତୀୟ

ସୀମାନ୍ତ ଗାଁରେ ନେପାଳ ରେଡିଓ ଶୁଭୁଛି

ଡେରାଡୁନ/ପିଥୋରାଗଡ଼,୨୨ା୬: ଭାରତର ସୀମାନ୍ତ ଅଞ୍ଚଳ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନେପାଳ ନୂଆ ମାନଚିତ୍ରରେ ନିଜର ବୋଲି ଦାବି କରିବା ସହ ଆଉ କେତେକ ବଦମାସି ଆରମ୍ଭ କରିଛି। ଏବେ ସୀମାନ୍ତ ଗ୍ରାମଗୁଡ଼ିକରେ ନେପାଳର ରେଡିଓ ଫ୍ରିକ୍ୱେନ୍ସି ଆସୁଛି। ଫଳରେ ସେହି ଅଞ୍ଚଳର ଲୋକେ କାଠମାଣ୍ଡୁ ପକ୍ଷରୁ ଭାରତ ବିରୋଧୀ ଗୀତ ରେଡିଓରେ ଶୁଣିବାକୁ ପାଉଛନ୍ତି।
ନେପାଳୀ ପାର୍ଲାମେଣ୍ଟ ଶୁକ୍ରବାର ଏକ ନୂଆ ରାଜନୈତିକ ମାନଚିତ୍ରକୁ ମଞ୍ଜୁରୀ ଦେଇଥିଲା। ଏଥିରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଅଞ୍ଚଳ ବୋଲି ସ୍ଥାନିତ କରିଥିଲା। ପଡ଼ୋଶୀ ଦେଶର ଏହି ପଦକ୍ଷେପକୁ ଭାରତ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଏହାସତ୍ତ୍ୱେ ନେପାଳ ନିଜ ଦାବିକୁ ମଜଭୁତ କରିବା ପାଇଁ ବଦମାସି ଜାରି ରଖିଛି। ଉତ୍ତରାଖଣ୍ଡ ସୀମାର ପିଥୋରାଗଡ଼ସ୍ଥିତ ଧରଚୂଳ ସବ୍‌ଡିଭିଜନ ଅନ୍ତର୍ଗତ ଦାନ୍ତୁଆ ଗ୍ରାମର ଶାଲୁ ଦତାଲ ନାମକ ଜଣେ ବାସିନ୍ଦା କହିଛନ୍ତି, କେତେକ ନେପାଳୀ ଏଫ୍‌ଏମ୍‌ ରେଡିଓ ଚ୍ୟାନେଲ ନେପାଳୀ ଗୀତ ବଜାଉଛନ୍ତି। ଗୀତ ମଝିରେ ସେମାନେ ଭାରତ ବିରୋଧୀ ଭାଷଣ ମଧ୍ୟ ବଜାଇବାରେ ଲାଗିଛନ୍ତି। ସୀମାର ଉଭୟ ପଟରେ ରହୁଥିବା ଲୋକେ ନେପାଳୀ ଗୀତ ଶୁଣୁଥିବାରୁ ସେମାନେ ଗୀତ ମଝିରେ ନେପାଳୀ ମାଓବାଦୀ ନେତାମାନଙ୍କ ଭାରତ ବିରୋଧୀ ଭାଷଣ ଶୁଣିବାକୁ ପାଉଛନ୍ତି। ଗୀତ ଭିତରେ ସବୁଠୁ ବେଶି ଭାରତ ବିରୋଧୀ ବିଷୟ ନୟା ନେପାଳ ଓ କାଲାପାନି ଏଫ୍‌ଏମ୍‌ ରେଡିଓ ଷ୍ଟେଶନରୁ ଆସୁଛି। ମଲ୍ଲିକାର୍ଜୁନ ରେଡିଓ ଏବଂ ଅନ୍ନପୂର୍ଣ୍ଣା ଡଟ୍‌ ଅନ୍‌ଲାଇନ୍‌ ଭଳି କେତେକ ଓ୍ବେବ୍‌ସାଇଟ ମଧ୍ୟ କାଲାପାନିକୁ ନେପାଳ ଭୂଖଣ୍ଡ ବୋଲି ଦାବି କରି କାର୍ଯ୍ୟକ୍ରମ ପ୍ରସାର କରୁଥିବା ସେ ପ୍ରକାଶ କରିଛନ୍ତି।
ଏହି ଏଫ୍‌ଏମ୍‌ ରେଡିଓ ଷ୍ଟେଶନଗୁଡ଼ିକ ନେପାଳର ଧରଚୂଳ ଜିଲା ମୁଖ୍ୟାଳୟର ନିକଟସ୍ଥ ଚାବ୍ରିଗଡ଼ରେ ଅବସ୍ଥିତ। ଏହି ଷ୍ଟେଶନଗୁଡ଼ିକର ରେଞ୍ଜ ପ୍ରାୟ ୩ କି.ମି.। ସେଠାରୁ ପ୍ରସାରିତ କାର୍ଯ୍ୟକ୍ରମ ସୀମାର ଭାରତ ପଟେ ଥିବା ଧରଚୂଳ, ବାଲୁଆକୋଟ, ଜଉଲଜିବି ଓ କାଲିକାରେ ଶୁଣିବାକୁ ମିଳୁଛି। ଏହି ଷ୍ଟେଶନଗୁଡ଼ିକର ନ୍ୟୁଜ୍‌ ବୁଲେଟିନ୍‌ରେ କାଲାପାନି, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ଦେଶର ଦାବି କରି ଏହି ସ୍ଥାନଗୁଡ଼ିକର ପାଣିପାଗ ରିପୋର୍ଟ ମଧ୍ୟ ପ୍ରସାର କରୁଛନ୍ତି ବୋଲି ଧରଚୂଳ ଗ୍ରାମର କ୍ରିଷ୍ଣା ଗରବିୟାଲ କହିଛନ୍ତି। ତେବେ ସ୍ଥାନୀୟ ଜିଲା ପ୍ରଶାସନ ଓ ପୋଲିସ ନେପାଳୀ ରେଡିଓ ଷ୍ଟେଶନରୁ ଭାରତ ବିରୋଧୀ କାର୍ଯ୍ୟକ୍ରମ ପ୍ରସାରଣ ହେବା ନେଇ ଅବଗତ ନ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ଭୟଙ୍କର ହେଲା ପ୍ରଦୂଷଣ: ନିର୍ମାଣ କାର୍ଯ୍ୟ ଉପରେ ଲାଗିଲା ଅଙ୍କୁଶ, ସ୍କୁଲ୍ ଛୁଟି

ନୂଆଦିଲ୍ଲୀ,୧୪।୧୧: ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ ପହଞ୍ଚିଛି। ବୁଧବାର ଦିଲ୍ଲୀର ବାୟୁ ଗୁଣବତ୍ତା(ଏକ୍ୟୁଆଇ) ଦେଶରେ ପ୍ରଥମରେ ଥିବା ବେଳେ ଗୁରୁବାର ଏହା ୪୨୮...

ଦିଲ୍ଲୀ ମେୟର ନିର୍ବାଚନରେ ଭାଜପାକୁ ଝଟକା, ବାଜି ମାରିଲା ଏଏପି

ନୂଆଦିଲ୍ଲୀ,୧୪।୧୧: ଆସନ୍ତା ବର୍ଷ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଏମସିଡି ମେୟର ନିର୍ବାଚନରେ ଆମ ଆଦମୀ ପାର୍ଟି (ଏଏପି) ପ୍ରାର୍ଥୀ ବିଜୟୀ ହୋଇଛନ୍ତି।...

ମୋଦିଙ୍କ ନକଲ କରୁଛନ୍ତି କେଜରିଓ୍ବାଲ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୪।୧୧: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପିର ଜାତୀୟ ସଂଯୋଜକ ହନୁମାନ ଭକ୍ତ ଅରବିନ୍ଦ କେଜରିୱାଲ ବର୍ତ୍ତମାନ ମନ୍ଦିରରୁ ମନ୍ଦିରକୁ ବୁଲୁଛନ୍ତି। ଏଥିରୁ ଜଣାପଡୁଛି ଯେ...

ଏମଭିଏ ଆସିଲେ ଭିକ ମାଗିବା ନିଶ୍ଚିତ, ମହାରାଷ୍ଟ୍ରରେ ବର୍ଷିଲେ ମୋଦି

ମୁମ୍ବାଇ,୧୪।୧୧: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆଟାକ ଏବଂ କାଉଣ୍ଟର ଆଟାକ ରାଜନୀତି ଚରମ ସୀମାରେ ରହିଛି। ଏମଭିଏ ମହାୟୁତି ଉପରେ ଆକ୍ରମଣ କରୁଥିବାବେଳେ ମହାୟୁତି ଏହାକୁ...

ଭାଜପା କାର୍ଯ୍ୟାଳୟ ଉପରେ ଆକ୍ରମଣ, ଆସିଲା ସିସିଟିଭି ଫୁଟେଜ

ମୁମ୍ବାଇ,୧୪।୧୧: ମହାରାଷ୍ଟ୍ରର ଡୋମ୍ବିଭାଲିରେ ଭାରତୀୟ ଜନତା ପାର୍ଟି (ଭାଜପା) କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି। ଏହି ଘଟଣାର ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି। ଏହି...

‘ଭାରତର ପରିସ୍ଥିତି ବାଂଲାଦେଶ ଭଳି ହେବ,’ ଏହି ବୟାନକୁ ନେଇ ରାକେଶଙ୍କୁ ମିଳିଲା ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୧୧: କୃଷକ ନେତା ରାକେଶ ଟିକାଏତ ଏବଂ କଂଗ୍ରେସ ନେତା ସଜ୍ଜନ ସିଂ ବର୍ମାଙ୍କ ଦେଶ ବିରୋଧୀ ବୟାନ ବିରୋଧରେ ଦାଖଲ ହୋଇଥିବା ଆବେଦନ ଶୁଣାଣି...

କୋଭିଡରେ ବଢାଇଥିଲେ ସହଯୋଗର ହାତ, ଏବେ ଏହି ଦେଶ ମୋଦିଙ୍କୁ ଦେବ ସର୍ବୋଚ୍ଚ ରାଷ୍ଟ୍ରୀୟ ସମ୍ମାନ

ନୂଆଦିଲ୍ଲୀ,୧୪।୧୧: କରୋନା ସମୟରେ ଭାରତ ପ୍ରତ୍ୟେକ ଅସହାୟ ଦେଶକୁ ସାହାଯ୍ୟର ହାତ ବଢାଇଥିଲା। ଆମେରିକା ସମେତ ୧୫୦ଦେଶକୁ ସାହାଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଔଷଧ...

ଛାତ୍ରୀଛାତ୍ରଙ୍କ ଆଗରେ ମୁଣ୍ଡ ନୁଆଁଇଲା ୟୁପିପିଏସ୍‌ସି: RO-ARO ପରୀକ୍ଷା ସ୍ଥଗିତ

ପ୍ରୟାଗରାଜ,୧୪।୧୧: ୟୁପି ଜନସେବା ଆୟୋଗ (ୟୁପିପିଏସ୍‌ସି) ଅଫିସ୍‌ ବାହାରେ ପ୍ରତିଯୋଗୀତା ମୂଳକ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ ଚାଲିଛି। ଆୟୋଗର ଅଧ୍ୟକ୍ଷ ସଞ୍ଜୟ ଶ୍ରୀନେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri