Categories: ଜାତୀୟ

ସୀମାବର୍ତ୍ତୀ ଅଞ୍ଚଳରେ ଚାଇନା ଭାଷା କହୁଥିବା ଲୋକଙ୍କ ହେବ ଯାଞ୍ଚ୍‌

ନୂଆଦିଲ୍ଲୀ,୧।୭: ନେପାଳ ତଥା ଉତ୍ତରାଖଣ୍ଡର ସୀମାବର୍ତ୍ତୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କର ଯାଞ୍ଚ୍‌ ପାଇଁ ଭାରତ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏସବୁ ଅଞ୍ଚଳରେ ଚାଇନା ଭାଷା କହୁଥିବା ଳୋକଙ୍କ ସଂଖ୍ୟା ଧିରେ ଧୀରେ ବଢ଼ିବାରେ ଲାଗିଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଏ ନେଇ ନିର୍ଦ୍ଦେଶ ଜାରି କରାଯାଇଛି। ସୀମାବର୍ତ୍ତୀ ଜିଲା ଗୁଡ଼ିକରେ ବାସ କରୁଥିବା ବାସିନ୍ଦାରଙ୍କ ଯାଞ୍ଚ୍‌ ଉପରେ ଗୁରୁତ୍ୱାରୋପ କରାଯାଇଛି। କୁମାୟୁଁ ଅଞ୍ଚଳର ଉଦମ୍‌ସିଂ ନଗର, ପିଥୌରାଗଡ଼, ଚମ୍ପାବତ୍‌ ଆଦି ଜିଲାରେ ଚାଇନା ଭାଷାଭାଷୀ ଲୋକଙ୍କ ସଂଖ୍ୟାରେ ଅଚାନକ ବୃଦ୍ଧି ହୋଇଛି। ସେହିପରି ଦାର୍ଜିଲିଂର କେତେକ ଅଞ୍ଚଳରେ ମଧ୍ୟ ଏପରି ହେଉଥିବା କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଯାଞ୍ଚ୍‌ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share