Categories: ଜାତୀୟ

ସୀମାରେ ଅନୁପ୍ରବେଶ ଅପେକ୍ଷାରେ ୨୫୦ ପାକ୍‌ ଆତଙ୍କବାଦୀ

ନୂଆଦିଲ୍ଲୀ,୪ା୧(ଆଇଏଏନ୍‌ଏସ୍‌): ଭାରତ ମଧ୍ୟକୁ ଅନୁପ୍ରବେଶ କରିବା ଲାଗି ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଆରପଟେ ପାଖାପାଖି ୨୫୦ ପାକିସ୍ତାନୀ ଆତଙ୍କବାଦୀ ଅପେକ୍ଷା କରି ରହିଛନ୍ତି। ସେମାନେ ପ୍ରତିଦିନ ଅନୁପ୍ରବେଶ ପାଇଁ ଉଦ୍ୟମ କରୁଥିବା ନୂଆ ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ବଣେ ଶୁକ୍ରବାର କହିଛନ୍ତି। ଏଲ୍‌ଓସି ଅପରପାର୍ଶ୍ୱରେ ୨୦ରୁ ୨୫ ଲଞ୍ଚ୍‌ ପ୍ୟାଡ୍‌ ସକ୍ରିୟ ରହିଛି। ଭାରତୀୟ ସେନା ସେଗୁଡ଼ିକ ଉପରେ କଡ଼ା ନଜର ରଖିଥିବା ସେନାଧ୍ୟକ୍ଷ କହିଛନ୍ତି। ଗତବର୍ଷ ବାୟୁସେନା ବାଲାକୋଟରେ ଏୟାରଷ୍ଟ୍ରାଇକ୍‌ କରି ଆତଙ୍କବାଦୀଙ୍କ ଶିବିର ଧ୍ୱଂସ କରିଦେଇଥିଲା। ଏବେ ପାକିସ୍ତାନ ଉକ୍ତ ଶିବିରକୁ ପୁଣିଥରେ ସକ୍ରିୟ କରିଛି। ତେଣୁ ପାକ୍‌ ପୁଣିଥରେ ଉତ୍ତେଜନା ସୃଷ୍ଟି ପାଇଁ ଯୋଜନା କରୁଥିବାରୁ ସତର୍କ ହେବାକୁ ପଡିବ ବୋଲି ନୂଆ ସେନାମୁଖ୍ୟ କହିଛନ୍ତି।

Share