Categories: ଜାତୀୟ

ସୀମାରେ କିଛି ବି ଘଟଣା ଘଟିଲେ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡିବ: ସେନା ମୁଖ୍ୟ

ନୂଆଦିଲ୍ଲୀ,୧୩।୮: ପାକିସ୍ତାନର ଧମକକୁ ନେଇ ଏବେ ମୁହଁ ଖୋଲିଛନ୍ତି ଭାରତର ସେନାମୁଖ୍ୟ ବିପିନ ରାଓ୍ବତ। ମୋଦି ସରକାର ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୦ ହଟାଇବା ପରେ ପାକିସ୍ତାନର ବିଭିନ୍ନ ସମୟରେ ବିଭିନ୍ନ ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। ଯାହାର ପ୍ରଭାବ ଏବେ ସୀମାରେ ମଧ୍ୟ ଦେଖିବାକୁ ମିଳିଛି। ତେବେ ପାକିସ୍ତାନ ସେନା ସୀମାରେ ଭାରତ ଆଡକୁ ଅଗ୍ରସର ହେଉଥିବା ବେଳେ ସୀମାରେ ଥିବା ଏୟାରବେସ୍‌ରେ ପାକିସ୍ତାନ ତା’ର ଯୁଦ୍ଧ ବିମାନ ଆଣି ରଖିବା ଜଣାପଡିଛି। ଏହା ଜାଣିବା ପରେ ସେନାମୁଖ୍ୟ ବିପିନ ରାଓ୍ବତ କହିଛନ୍ତି, ପାକିସ୍ତାନ ଯଦି ସୀମା ପର୍ଯ୍ୟନ୍ତ ଆସିବାକୁ ଚାହୁଁଛି ତେବେ ଏହା ତା’ର ଇଚ୍ଛା କିନ୍ତୁ ଏହାର ପରିଣାମ ତାକୁ ଭୋଗିବାକୁ ପଡିବ।

Share