Categories: ଜାତୀୟ

ସୀମାରେ ପାକିସ୍ତାନୀ ଡ୍ରୋନ୍‌

ଫିରୋଜପୁର,୧୪।୧: ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ପୁଣିଥରେ ଏକ ପାକିସ୍ତାନୀ ଡ୍ରୋନ୍‌ ସୋମବାର ରାତିରେ ଦେଖାଯାଇଥିବା ସୂଚନା ମିଳିଛି। ସୀମାରେ ମୁତୟନ ଥିବା ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ)ର ଯବାନମାନେ ସେହି ଡ୍ରୋନ୍‌କୁ ଖସାଇବା ପାଇଁ ଗୁଳି ଚଳାଇଥିଲେ ମଧ୍ୟ ଏହା ଖସି ଯାଇଥିବା ଜଣାପଡିଛି। ଏହା ସୀମାରେ ଥିବା ଗାଁ ଟେଣ୍ଡିଓ୍ବାଲାରେ ଦୃଶ୍ୟମାନ ହୋଇଥିବା କୁହାଯାଉଛି। ଏହାପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ସୀମାରେ ପାକିସ୍ତାନ ଡ୍ରୋନ୍‌ ଦେଖାଯିବା ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ୍‌ ଦେଖାଯାଇଥିଲା।

Share