Categories: ଜାତୀୟ

ସୀମାରେ ବଢୁଛିି ସ୍ପାଇକ୍‌ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ସଂଖ୍ୟା: ସେନାମୁଖ୍ୟ

ନୂଆଦିଲ୍ଲୀ,୬।୨: ଭାରତ-ପାକିସ୍ତାନ ସୀମାରେ ଲଗାତାର ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ଯୋଜନା କରୁଥିବା ନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସୀମାରେ ଭାରତ ପକ୍ଷରୁ ସ୍ପାଇକ୍‌ ଆଣ୍ଟିଟ୍ୟାଙ୍କ୍‌ କ୍ଷେପଣାସ୍ତ୍ର ସଂଖ୍ୟା ବଢାଇ ଦିଆଯାଇଛି। ଏହା ସହିତ ଅନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ସୀମାରେ ମୁତୟନ କରାଯାଇଛି। ଶୀତରେ ଘନ କୁହୁଡ଼ି ସୁଯୋଗରେ ପାକିସ୍ତାନ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ପାଇଁ ଷଡ଼ଯନ୍ତ୍ର କରୁଛି। ଏହି ଉଦ୍ୟମକୁ ପଣ୍ଡ କରିବା ଲାଗି ଭାରତ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସୂଚନା ଦେଇଛନ୍ତି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ଉଦ୍ୟମ କରୁଛି। ତେଣୁ ସୁରକ୍ଷା ଦୃଷ୍ଟିରୁ ସେନା ପକ୍ଷରୁ ଏଭଳି କରାଯାଇଥିବା ସେ କହିଛନ୍ତି।

Share