Categories: ଜାତୀୟ

ସୀମାରେ ଭାରତୀୟ ସେନାଙ୍କ ଶକ୍ତି ପ୍ରଦର୍ଶନ: ଯୁଦ୍ଧାଭ୍ୟାସ ସୁଦର୍ଶନ-୭

ଜୟପୁର,୧୩।୧୧: ନିୟନ୍ତ୍ରଣ ରେଖାରେ ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଜାରି ରଖିଛି। ଏହାକୁ ଦୃଷ୍ଟିରେ ରଖି ରାଜସ୍ଥାନର ବାଡ଼ମେର୍‌ ଏବଂ ଜୟସେଲ୍‌ମେର୍‌ରେ ଭାରତୀୟ ସେନା ପକ୍ଷରୁ ବଡ଼ ଧରଣର ଯୁଦ୍ଧାଭ୍ୟାସ ସୁଦର୍ଶନ-୭ର ଅୟୋଜନ କରାଯାଇଛି। ଏଥିରେ ୪୦ ହଜାର ସୈନ୍ୟ ଯୋଗାଦେବେ। ଏଥିରେ ଟ୍ୟାଙ୍କ, ତୋପ, ଯୁଦ୍ଧ ହେଲିକପ୍ଟରକୁ ବ୍ୟବହାର କରାଯିବ। ଭାରତୀୟ ସେନା ଏହା ଦ୍ୱାରା ପାକିସ୍ତାନକୁ ନିଜର ଶକ୍ତି ପ୍ରଦର୍ଶନ କରିପାରିବ ବୋଲି କୁହାଯାଉଛି। ଏହି ଯୁଦ୍ଧାଭ୍ୟାସରେ ଟି-୭୨ ଟ୍ୟାଙ୍କ, ଏମ୍‌-୭୭୭ ଗନ୍‌ ସହିତ ଉପାଚେ, ଚିନୁକ୍‌ ଓ ରୁଦ୍ର ହେଲିକପ୍ଟର ବ୍ୟବହାର କରାଯିବ।

Share