ପଞ୍ଜାବ,୧୫।୮: ସ୍ବାଧୀନତା ଦିବସ ଓ ରାଖୀ ପୂର୍ଣ୍ଣିମା ଗୋଟିଏ ଦିନରେ ପଡିଥିବାରୁ ଭାରତୀୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି ଅବସରରେ ସୀମାରେ ସୁରକ୍ଷା ଦେଉଥିବା ଯବାନଙ୍କୁ ଭୁଲି ନାହାଁନ୍ତି ଭାରତୀୟ ନାରୀ। ଭାରତ-ପାକିସ୍ତାନର ଅଟାରୀ-ଓ୍ବାଘା ସୀମାରେ ମୁତୟନ ଥିବା ଯବାନମାନଙ୍କୁ ପଞ୍ଜାବର ମହିଳାମାନେ ରାଖୀ ବାନ୍ଧିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏମାନଙ୍କୁ ଭାଇର ସମ୍ମାନ ଦେଇଛନ୍ତି ଭାରତୀୟ ମହିଳା।