ସୀମାରେ ସୁରକ୍ଷାକର୍ମୀଙ୍କ ଦୀପାବଳି

ଶିଲିଗୁଡି,୨୭।୧୦: ଭାରତ-ବାଂଲଦେଶ ସୀମାରେ ଥିବା ବିଓପି ଫୁଲବାରି ନିକଟରେ ଉଭୟ ଦେଶର ସୀମା ସୁରକ୍ଷା ଯବାନମାନେ ଦୀପାବଳି ଉତ୍ସବକୁ ଅତି ନିଆରା ଢଙ୍ଗରେ ପାଳନ କରିଛନ୍ତି। ଏମାନେ ପରସ୍ପର ମଧ୍ୟରେ ମିଠା ଅଦଳ ବଦଳ କରି ଦୀପାବଳି ଶୁଭକାମନା ଜଣାଇଛନ୍ତି। ଘରଠାରୁ ବହୁ ଦୂରରେ ଥିବା ଏହି ବୀର ଯବାନମାନେ ପରସ୍ପର ମଧ୍ୟରେ ଦୀପାବଳିର ଖୁସିକୁ ବାଣ୍ଟିଛନ୍ତି। ରବିବାର ସାରା ଦେଶ ଦୀପର ଆଲୋକରେ ଆଲୋକିତ ହେଉଥିବା ବେଳେ ଏମାନେ ଦେଶମାତୃକାର ରକ୍ଷା ପାଇଁ ସୀମାରେ ଅହରହ ପହରା ଦେଇ ଆସୁଛନ୍ତି। ଦେଶବାସୀ ସୁରକ୍ଷିତ ଦୀପାବଳି ପାଳନ କରିବା ପଛରେ ବି ଏମାନଙ୍କର ଅବଦାନ ଅନେକ।

Share