ଜୟପୁର,୧୬।୭: ପାକିସ୍ତାନ ସୀମାକୁ ଲାଗି ରହିଥିବା ରାଜସ୍ଥାନର ଜୈସଲମେର, ବାଡମେର ଓ ଯୋଧପୁରରେ ରହୁଥିବା ସୌଡ଼ା ରାଜପୁତ ପରିବାରର ବରମାନେ ସୀମାପାର ହୋଇ ପାକିସ୍ତାନ ବିବାହ କରିବାକୁ ଯାଉଛନ୍ତି। ସେଠାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେବା ପରେ କିନ୍ତୁ ଏମାନେ ସାଙ୍ଗରେ କନ୍ୟାକୁ ଧରି ଭାରତ ଫେରିପାରୁ ନାହାଁନ୍ତି। ଏହାର କାରଣ ହେଉଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କନ୍ୟାକୁ ଭିଜା ଦେବାରେ ବହୁ ବିଳମ୍ବ କରୁଛି। ଜୈସଲମେର, ବାଡମେର ଓ ଯୋଧପୁର ଜିଲାରେ ରହୁଥିବା ପ୍ରାୟ ୫ ଡଜନ ସୌଡ଼ା ରାଜପୁତ ପରିବାର ଏବେ ଏହି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେତେକ ସ୍ଥଳେ ବର ଆଉ ଭାରତ ନ ଫେରି ପାକିସ୍ତାନରେ ରହିଯାଉଛନ୍ତି। ଅନ୍ୟପଟେ ପୁଲଓ୍ବାମା ଆକ୍ରମଣ ପରେ କିଛି ବିବାହକୁ ମଧ୍ୟ ବନ୍ଦ କରି ଦିଆଯାଇଛି।