ଭୁବନେଶ୍ୱର, ୧୮।୬(ବ୍ୟୁରୋ): ଲଦାଖ ଗାଲଓ୍ବାନ ଭ୍ୟାଲିରେ ଗତ ୧୬ ତାରିଖରେ ଭାରତ-ଚାଇନା ସେନା ମୁହାଁମୁହିଁ ଘଟଣାରେ ୨୦ଜଣ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଏ ନେଇ ଶୁକ୍ରବାର ସନ୍ଧ୍ୟା ୫ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେଡି ପକ୍ଷରୁ ଏମ୍ପି ପିନାକୀ ମିଶ୍ର ପ୍ରତିନିଧିତ୍ୱ କରିବେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଦଳର ସଭାପତିଙ୍କ ସହ ବର୍ତ୍ତମାନର ପରିସ୍ଥିତିକୁ ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।