ସୀମା ସିଲ୍‌ ଅଞ୍ଚଳ ପରିଦର୍ଶନ କଲେ ଡିଜିପି

ବାଲେଶ୍ୱର ଅଫିସ/ଜଳେଶ୍ୱର/ବାରିପଦା ଅଫିସ, ୨୧ା୪(ସ୍ବ.ପ୍ର.)-ଓଡ଼ିଶାରେ ଚିହ୍ନଟ ହୋଇଥିବା ସର୍ବାଧିକ କରୋନା ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ୍‌ ରହିଥିବା ଜଣାପଡିବା ପରେ ରାଜ୍ୟ ସରକାର ସୀମାନ୍ତ ଅଞ୍ଚଳରେ ସୁରକ୍ଷା କଡାକଡି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ସୀମା ସିଲ୍‌ ଅଞ୍ଚଳର ବାସ୍ତବ ସ୍ଥିତି ପରିଖିବା ପାଇଁ ମଙ୍ଗଳବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ଅଭୟ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲା ଗସ୍ତ କରିଥିଲେ। ଡିଜିପି ଅଭୟ ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ ସମୟରେ ବାଲେଶ୍ୱର ପୋଲିସ ଲାଇନ ପଡ଼ିଆରେ ପହଞ୍ଚତ୍ ସହରର ଥିବା ଟ୍ରାଫିକ ଥାନା, ଟାଉନ ଓ ସହଦେବଖୁଣ୍ଟା ଥାନା ସହିତ ରିଜର୍ଭ ପୋଲିସ ବାରାକକୁ ପରିଦର୍ଶନ କରିଥିଲେ। ସବୁଠି ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦେଇଥିଲେ। ଆବଦ୍ଧାଞ୍ଚଳ ଘୋଷଣା ହୋଇଥିବା ସ୍ଥାନକୁ ଯାଇ ସେଠାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ସହ ସ୍ଥିତି ସମ୍ପର୍କରେ ବୁଝିଥିଲେ। ଏହାପରେ ମଧ୍ୟାହ୍ନ ୧୨ଟା ୪୫ରେ ଡିଜିପି ଅଭୟ ଜଳେଶ୍ୱର ଶାନ୍ତିଆ ହେଲିପ୍ୟାଡ଼ଠାରେ ଅବତରଣ କରି ୬୦ନଂ. ଜାତୀୟ ରାଜପଥର ଟୋଲପ୍ଲାଜା ନିକଟରେ ଥିବା ଜଳେଶ୍ୱର ପୋଲିସର ଅସ୍ଥାୟୀ ଚେକ୍‌ଗେଟ୍‌ଠାରେ ପହଞ୍ଚିଥିଲେ। ସେଠାରେ ସେ କେତେକ ପଦସ୍ଥ କର୍ମଚାରୀଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ପରେ ନିକଟରେ ଥିବା ଅନ୍ୟ ଏକ ଗେଟ୍‌ ବୁଲି ଦେଖିଥିଲେ। ବାଲେଶ୍ୱରର ସ୍ଥିତି ଗମ୍ଭୀର ଥିଲେ ମଧ୍ୟ ନିୟନ୍ତ୍ରଣରେ ରହିଥିବା ପ୍ରକାଶ କରିଥିଲେ ା ଡିଜିପିଙ୍କ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ, ପୂର୍ବାଞ୍ଚଳ ଆଇଜି ଦିପ୍ତେଶ ପଟ୍ଟନାୟକ, ଜିଲା ଆରକ୍ଷୀ ଅଧୀକ୍ଷକ ବି. ଯୁଗଳ କିଶୋର, ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାର, ଆଇଆଇସି ଧନେଶ୍ୱର ସାହୁ, ରାଇବଣିଆ ଓଆଇସି ଅଜୟ ମୁର୍ମୁ, ସେଠାରେ କାର୍ଯ୍ୟରତ ପ୍ରବେଶନାରୀ ଡିଏସ୍‌ପି ଅଭିଷେକ ପାଣିଗ୍ରାହୀ, ସ୍ବରାଜ ଦେବତା ଓ ଅଞ୍ଜନା ଟୁଡୁ ପ୍ରମୁଖ ଉପସ୍ଥିତ ଥିଲେ। ଅପରାହ୍ନରେ ଡିଜିପି ଅଭୟ ମୟୂରଭଞ୍ଜ ଜିଲା ଗସ୍ତ କରି ପଶ୍ଚିମବଙ୍ଗ ସୀମା ଚକଶୁଳିଆପଦାଠାରେ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ଜିଲା ପୋଲିସ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଯୋଗଦେଇ ଜିଲା ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି ଥିବା ବେଳେ ଆଗାମୀ ଦିନରେ ସେଠାରେ ଅଧିକ ଫୋର୍ସ ନିଯୁକ୍ତ କରାଯିବ ବୋଲି ସୂଚନା ଦେଇଥିଲେ। ଯେଉଁମାନେ ସୀମା ଦେଇ ଲୁଚିଛପି ଆସୁଛନ୍ତିି ଧରାପଡ଼ିଲେ ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନରେ ରଖାଯିବା ସହିତ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜି ଅଭୟ କହିଛନ୍ତି। ଖବରଦାତା ସମ୍ମିଳନୀରେ ଅତିରିକ୍ତ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‌ପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧା ହେବା ପରେ ରୋଡ୍‌ ରୋମିଓଙ୍କ ଚାଞ୍ଚଲ୍ୟକର ବୟାନ! ସେଦିନ ରାତିରେ…

ଭୁବନେଶ୍ୱର,୨୧।୯: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ ।...

ଭରତପୁର ଘଟଣା: ରାଜ୍ୟ ରାଜନୀତି ସରଗରମ: ପୂର୍ବତନ ପିସିସି ସଭାପତି କହିଲେ….

ଭୁବନେଶ୍ୱର,୨୧।୯: ରାଜ୍ୟ ରାଜନୀତିକୁ ସରଗରମ କରିଛି ଭରତପୁର ଘଟଣା। କିନ୍ତୁ ଚୁପ ବସିଛନ୍ତି ରାଜ୍ୟ ସରକାର । ଜେର ଓ ତାଙ୍କ ବାନ୍ଧବୀଙ୍କୁ ଦୁର୍ବ୍ୟବହାର କରିଥିଲେ...

ଗଞ୍ଜେଇ ଚାଲାଣ ମାମଲାରେ ଜଣେ ମହିଳା ସମେତ ଦୁଇଜଣ ଅଭିଯୁକ୍ତଙ୍କୁ ଜେଲ

ବ୍ରହ୍ମପୁର,୨୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଜଜ-୧ ଡ. ଇନ୍ଦୁ ଶର୍ମା ଶନିବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି।...

ସ୍ବଧର୍ମକୁ ଫେରିଲେ ଗୋଟିଏ ପରିବାରର ୩ ସଦସ୍ୟ

ଠାକୁରମୁଣ୍ଡା,୨୧।୯(ତାରାକାନ୍ତ ପଟ୍ଟନାୟକ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକର ସାତକୋଶିଆ ପଞ୍ଚାୟତ ଅଧୀନ ଜାମୁନଣ୍ଡା ଗ୍ରାମରେ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗୋଟିଏ ପରିବାରର ୩ ସଦସ୍ୟ ଶନିବାର...

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ୭ ରୋଡ୍‌ ରୋମିଓ ଗିରଫ

ଭୁବନେଶ୍ୱର,୨୧।୯: ଭରତପୁର ଘଟଣାକୁ ନେଇ କେବଳ ରାଜ୍ୟ ରାଜନୀତି ନୁହେଁ ଜାତୀୟ ରାଜନୀତି ମଧ୍ୟ ସରଗରମ ରହିଛି। ଘଟଣାର ବିଭିନ୍ନ ଭିଡିଓ ଭାଇରାଲ ହେବା ପରେ...

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri