ସୁଆର ମହାସୁଆର ନିଯୋଗ ନିର୍ବାଚନ: ପ୍ରାର୍ଥିପତ୍ର ଯାଞ୍ଚ ସରିଲା, ଆଜି ପ୍ରତ୍ୟାହାର

ପୁରୀ ଅଫିସ, ୨୭ା୭: ଆସନ୍ତା ଅଗଷ୍ଟ ୧୦ ତାରିଖରେ ଶ୍ରୀମନ୍ଦିରର ସୁଆର ମହାସୁଆର ନିଯୋଗ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗତ ୨୧ ତାରିଖରେ ନାମାଙ୍କନପତ୍ର ଦାଖଲ କରାଯାଇଛିି। ମୋଟ ୩୭ ଜଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତିି। ଶୁକ୍ରବାର ନାମାଙ୍କନପତ୍ର ଯାଞ୍ଚ କରାଯାଇଛିି। ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ଧାର୍ଯ୍ୟ ହୋଇଛିି। ଯଦି କୌଣସି ପ୍ରାର୍ଥୀ ଚାହିଁବେ ସେମାନେ ତାଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଏହିଦିନ ପ୍ରାର୍ଥୀମାନଙ୍କର ନାମ ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ କୋଇଲି ବୈକୁଣ୍ଠ ପରିସରରେ ଥିବା ନିଯୋଗ କାର୍ଯ୍ୟାଳୟରେ ଭୋଟ ଗ୍ରହଣ କରାଯାଇ ୧୧ ତାରିଖରେ ଫଳାଫଳ ପ୍ରକାଶ ପାଇବ।

Share