Categories: ଖେଳ

ସୁଇଜରଲାଣ୍ଡରେ ଛୁଟି କାଟୁଛନ୍ତି ବିରୁଷ୍କା

ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ପରିବାର ସହ ଏବେ ନୂଆବର୍ଷ ଛୁଟି କଟାଇବା ପାଇଁ ଯାଇଛନ୍ତି। ଏହି କ୍ରମରେ ଅଧିନାୟକ ବିରାଟ କୋହଲି ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୁଇଜରଲାଣ୍ଡରେ ପହଞ୍ଚିଛନ୍ତି। ଇନଷ୍ଟାଗ୍ରାମରେ ଅନୁଷ୍କାଙ୍କ ସହ ବିରାଟ ଫଟୋ ଏବଂ ଭିଡିଓ ପୋଷ୍ଟ କରିଛନ୍ତି। ଉଭୟ ପାହାଡ ଉପରେ ଚଢିବାର ମଜା ନେଇଛନ୍ତି। ନୂଆବର୍ଷ ଏଥର ବିରୁଷ୍କା ସୁଇଜରଲାଣ୍ଡରେ ପାଳିବେ ବୋଲି ଜଣାପଡିଛି। ଗତ ମାସରେ ବିରାଟଙ୍କ ନିଜ ଜନ୍ମଦିନରେ ଅନୁଷ୍କାଙ୍କ ସହ ଭୂଟାନ ଯାଇଥିଲେ।

Share