ସୁଇସାଇଡ୍‌ ନୋଟ୍‌ ଲେଖି ଦୁଇ ଛାତ୍ରୀ ନିଖୋଜ

ରାୟଗଡ଼ା ଅଫିସ,୬।୨: ରାୟଗଡ଼ା ସହରର ନିଉ କଲୋନୀସ୍ଥିତ ଏକ ସ୍କୁଲରେ ପଢୁଥିବା ଦୁଇ ଛାତ୍ରୀ ଗୁରୁବାର ଭୋର୍‌ରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଭାବକଙ୍କୁ ରୁମ୍‌ରେ ତାଲା ପକାଇ ଉଭୟ ଛାତ୍ରୀ ଏକ ସଙ୍ଗେ ନିଜ ନିଜ ଘରୁ ନିଖୋଜ ହୋଇଯାଇଛନ୍ତି। ଏହା ସହିତ ସୁଇସାଇଡ୍‌ ନୋଟ୍‌ ମଧ୍ୟ ଛାଡ଼ିି ଯାଇଥିବା ଜଣେ ଅଭିଭାବକ କହିଛନ୍ତି l ଏ ନେଇ ଅଭିଭାବକ ଦ୍ୱୟ ଆଜି ରାୟଗଡ଼ା ଟାଉନ୍‌ ପୋଲିସରେ ଏକ ମୌଖିକ ଅଭିଯୋଗ ଦେବା ପରେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ଚାଲିଥିବାରୁ ଅଧିକ ତଥ୍ୟ ଦେବାକୁ ପୋଲିସ ମନା କରିଛି। ତେବେ ତଦନ୍ତ ପରେ ସମସ୍ତ ଘଟଣା ଲୋକଲୋଚନକୁ ଆସିପାରିବ।