Categories: ଫୁରସତ

ସୁଉଚ୍ଚ ଶୈବମୂର୍ତ୍ତି

ପୃଥିବୀର ସୁଉଚ୍ଚ ମୂର୍ତ୍ତି ମଧ୍ୟରୁ ଅନ୍ୟତମ ନେପାଳର କୈଳାସନାଥ ମହାଦେବ। ଏହା ପୃଥିବୀର ସର୍ବୋଚ୍ଚ ଶୈବମୂର୍ତ୍ତି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ୧୪୩ ଫୁଟ ଉଚ୍ଚ ବିଶିଷ୍ଟ ଏହି ମୂର୍ତ୍ତି ନେପାଳର ସାଙ୍ଗାଠାରେ ଅବସ୍ଥିତ। ତମ୍ବା, ଦସ୍ତା, ଷ୍ଟିଲ ଏବଂ ସିମେଣ୍ଟରେ ନିର୍ମିତ ଏହି ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ୨୦୦୩ରେ ଆରମ୍ଭ ହୋଇ ୨୦୧୦ରେ ଶେଷ ହୋଇଥିଲା। ମନୁଷ୍ୟକୃତ ଏହି ସୁଉଚ୍ଚ ପ୍ରତିକୃତି ଦେଖିବା ଲାଗି ପ୍ରତ୍ୟେକ ଦିନ ହଜାର ହଜାର ପର୍ଯ୍ୟଟକଙ୍କ ଭିଡ ଜମେ। ପାହାଡ ଉପରେ ଅବସ୍ଥିତ ଏହି ମୂର୍ତ୍ତିର ଚତୁର୍ପାଶ୍ୱ ପ୍ରାକୃତିକ ଦୃଶ୍ୟରାଜିରେ ଭରପୂର ହୋଇ ରହିଛି। ପର୍ଯ୍ୟଟକଙ୍କ ରହଣି ଲାଗି ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ମଧ୍ୟ ରହିଛି। ପ୍ରକୃତି ପ୍ରେମୀଙ୍କ ଲାଗି ଏହା ଏକ ମନୋରମ ତଥା ମନମୁଗ୍ଧକର ସ୍ଥାନ।

Share