ସୁକତେଲ ବ୍ରିଜ୍‌ ଭୁଶୁଡ଼ିବା ଘଟଣା: ଘଟଣାରୁ ନଜର ହଟାଇବାକୁ ନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ପାଟଣାଗଡ,୯।୫ (ଡି.ଏନ.ଏ.): ଗତ ଏପ୍ରିଲ ୨୯ ତାରିଖରେ ପାଟଣାଗଡ ବ୍ଲକ ତମିଆ ମୁଦଲସର ସୁକତେଲ ସେତୁରେ ମରାମତି କାମ ଚାଲିଥିବା ବେଳେ ପୋଲ ଭୁଷଡି ୨ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଦୋଷୀ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ବେହେରା ଏବଂ ଠିକାଦାର ସଂଜୟ ଅଗ୍ରବାଲ ଉପରେ ସବୁ ଦୋଷ ଲଦିଥିଲେ ଗ୍ରାମବାସୀ। କାମ ଆରମ୍ଭ ଦିନଠାରୁ ବାରମ୍ବାର ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଥିଲେ ସୁଦ୍ଧା କେହି କର୍ଣ୍ଣପାତ କରିନଥିଲେ ଯାହାଫଳରେ ପୋଲ ଭୁଷୁଡି ଦୁଇଟି ଜୀବନ ଚାଲି ଯାଇଥିଲା । ତେବେ ଶୁକ୍ରବାର ଓଡିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ଚିଠି ନଂ ୨୮୦୦୧୩୬୫୩୦୦୧୯୨୦୨୦/ଆର.ଡି. ତା.୦୮/.୦୫/୨୦୨୦ ଅନୁଯାୟୀ ପାଟଣାଗଡ ନିର୍ବାହୀ ଯନ୍ତ୍ରୀ ଆନ୍ଥୋନୀ କିଶାନଙ୍କୁ ନିଲମ୍ବନ କରାଯାଇଥିବା ଖବର ମିଳିଥିଲା । ହେଲେ ଉକ୍ତ ଘଟଣା ପାଇଁ ନିର୍ବାହୀ ଯନ୍ତ୍ରୀ ଙ୍କୁ ନିଳମ୍ବନ କରାଗଲା ନା ଅନ୍ୟ କେଉଁ ଘଟଣା ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି ତାହା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଉକ୍ତ ଚିଠିରେ ସ୍ପଷ୍ଟ କରାଯାଇନାହିଁ। ଫଳରେ ସାଧାରଣ ଜନତାଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଏହି ଘଟଣା ଉପରୁ ନଜର ହଟାଇବାକୁ ଏପରି କରାଯାଇଥିବା ବୁଦ୍ଧିଜିବୀମାନେ ମତ ଦେଇଛନ୍ତି। ପୁଣି ନିଲମ୍ବନ ସମୟରେ ନିର୍ବାହୀ ଯନ୍ତ୍ରୀ କିଶାନଙ୍କୁ କୋରାପୁଟ ଜିଲା ସୁନାବେଡା ଗ୍ରାମ୍ୟଉନ୍ନୟନ ବିଭାଗ କାର୍ଯ୍ୟାଳୟରେ ରହିବାକୁ ଉକ୍ତ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ତାଙ୍କ ସ୍ଥାନରେ ବଲାଙ୍ଗିର ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ପାଟଣାଗଡ ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ଏହି ସମୟରେ ଆନ୍ତୋନୀ କିଷାନଙ୍କୁ ନିଲମ୍ବନ ଏବଂ ଠିକାଦାର, ଜେ.ଇ. ଏବଂ ଏସ.ଡି.ଓ.ଙ୍କ ଉପରେ କୌଣସି କାଯର୍‌ଯନୁଷ୍ଠାନ ଗ୍ରହଣ ନକରିବାରୁ ବିଭାଗୀୟ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Share