Categories: ରାଜ୍ୟ

ସୁକନ୍ୟା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ଧର୍ମଶାଳା,୬ା୬(ଡି.ଏନ୍‌.ଏ.): ନେହେରୁ ଯୁବକେନ୍ଦ୍ର ଯାଜପୁର ପକ୍ଷରୁ ଧର୍ମଶାଳା ବ୍ଲକ ପଣ୍ଡୁଆସ୍ଥିତ ସୁକନ୍ୟା ସ୍ବେଚ୍ଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ବୁଧବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯାଜପୁର ଜିଲା ଶିଶୁମଙ୍ଗଳ କମିଟି ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ଅତିଥିଭାବେ ଯୋଗଦେଇ ଚାରା (ବୃକ୍ଷ)ରୋପଣ କରିବା ସହିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ଚାରା ବଣ୍ଟନ କରିଥିଲେ। ଅନୁଷ୍ଠାନର ସଭାପତି ଅଜୟ ବାରିକଙ୍କ ଅଧ୍ୟକ୍ଷତାରେ ସମ୍ପାଦିକା ରଞ୍ଜିତା ବାରିକ ବିଶ୍ୱ ପରିବେଶ ଦିବସ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀପ୍ରସାଦ ନାୟକ, ନାରାୟଣ ବେହେରା, ବିକାଶ ବାରିକ, ଦୁର୍ଗାଦତ୍ତ ଦାଶ, କିରଣ ପରିଡା, ଜିନେଶ ବାରିକ ପ୍ରମୁଖ ଚାରାରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share