ସୁକନ୍ୟା ଯୋଜନାରେ ଜମାରାଶି ଆତ୍ମସାତ ଅଭିଯୋଗ, ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଲେ ଉପଭୋକ୍ତା

ବରଗଡ ଅଫିସ, ୨୦।୧- ବରଗଡ ବ୍ଳକ ଅନ୍ତର୍ଗତ ବରାହଗୋଡାସ୍ଥିତ ଡାକଘରରେ ସୁକନ୍ୟା ଯୋଜନାରେ ଜମା ହୋଇଥିବା ଜମାରାଶିକୁ କିଛି ଡାକ କର୍ମଚାରୀ ଆତ୍ମସାତ୍‌ କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ କରି ଉକ୍ତ ଗ୍ରାମର ଗ୍ରାମବାସୀମାନେ ନିଜ ପିଲାଛୁଆଙ୍କୁ ଧରି ସୋମବାର ବରଗଡ ଥାନାଛକସ୍ଥିତ ମୁଖ୍ୟ ଡାକଘର ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନଙ୍କ ଜମାରାଶି ଫେରାଇବା ସହିତ ତାହା ଆତ୍ମସାତ୍‌ କରିଥିବା ଡାକ କର୍ମଚାରୀଙ୍କ ବିରୋଧରେ ସେମାନେ କାର୍ଯାନୁଷ୍ଠାନ ଦାବି କରିଛନ୍ତି। ଧାରଣାରେ ରମେଶ ମହାପାତ୍ରଙ୍କ ନେତୃତ୍ୱରେ ବହୁ ଉପଭୋକ୍ତା ସାମିଲ ଅଛନ୍ତି।

Share