Categories: ଜାତୀୟ

ସୁକମାରେ ଆଇଇଡ଼ି ବିସ୍ଫୋରଣ: ଜଣେ ଯବାନ ଶହୀଦ୍‌, ୧୦ କମାଣ୍ଡୋ ଆହତ

ସୁକମା,୨୯।୧୧: ଛତିଶଗଡ଼ ସୁକମାରେ ମାଓବାଦୀଙ୍କ ଆଇଇଡ଼ି ବିସ୍ଫୋରଣରେ ଜଣେ ସିଆର୍‌ପିଏଫ୍‌ ଯବାନ ଶହୀଦ୍‌ ହୋଇଛନ୍ତି। ଏହି ଘଟଣାରେ ୧୦ କମାଣ୍ଡୋ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୁକମାର ତାଡ଼ମେଟଳା ଅଞ୍ଚଳରେ ୨୦୬ ବାଟାଲିଅନ୍‌ କୋବ୍ରା କମାଣ୍ଡୋ ସର୍ଚ୍ଚ ଅପରେଶନ୍‌ ଟିମ୍‌ଙ୍କୁ ଲକ୍ଷ୍ୟ କରି ଆଇଇଡ଼ି ବିସ୍ଫୋରଣ ଷଡ଼ଯନ୍ତ୍ର ରଚାଯାଇଥିଲା। ୮ ଜଣ କମାଣ୍ଡୋଙ୍କୁ ଚିକିତ୍ସା ପାଇଁ ହେଲିକପ୍ଟରରେ ରାୟପୁର ପଠାଯାଇଛି। ଅପରପକ୍ଷରେ ଅନ୍ୟ ୨ କମାଣ୍ଡୋ ସ୍ଥାନୀୟ ଚିନ୍ତାଲନାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Share