ସୁଖୀ ଦାମ୍ପତ୍ୟ ଜୀବନ ପାଇଁ କରନ୍ତୁ ଏଭଳି …

ଜଣେ ନାରୀ ଏକ ପୁରୁଷର ଜୀବନକୁ ସୁନ୍ଦର ଭାବେ ଗଢ଼ିପାରେ ଆଉ ଭାଙ୍ଗି ଧୂଳିଶାତ୍‌ ମଧ୍ୟ କରିପାରେ। ତେବେ ଏହି ଭାଙ୍ଗିବା ଗଢ଼ିବା ସମ୍ପୂର୍ଣ୍ଣ ନିର୍ଭର କରେ ଜଣେ ନାରୀର ଗୁଣ ଓ ସହନଶୀଳତା ଉପରେ। ଚଳିତ ଦିନରେ ଦାମ୍ପତ୍ୟ ସମ୍ପର୍କ ଅଧିକ ଦିନ ତିଷ୍ଠୁ ନ ଥିବା ଦେଖିବାକୁ ମିଳିଛି।
ସମ୍ପର୍କର ପ୍ରଦର୍ଶନ କରନ୍ତୁ ନାହିଁ: ବାହାଘର ପରେ ପୁଅ ଝିଅ ଆରମ୍ଭରୁ ନିଜ ସମ୍ପର୍କରେ ବଢ଼େଇ ଚଢ଼େଇ ନିଜକୁ ଭିନ୍ନ ଢ଼ଙ୍ଗରେ ଉପସ୍ଥାପନ କରିଥାନ୍ତି। ହେଲେ ପରବର୍ତ୍ତୀ ସମୟରେ ଏହାକୁ ବଜାୟ ରଖିବା ତାଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ। ତେବେ ଏମିତି ନ କରି ନିଜ ସମ୍ପର୍କର ଗଭୀରତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ସାଥୀଙ୍କ ପ୍ରକୃତି ଆପଣଙ୍କ ଭଳି ନୁହେଁ ଏବଂ ସେ ପରଫେକ୍ଟ ବି ନୁହଁନ୍ତି ବୋଲି ଆପଣଙ୍କୁ ଧ୍ୟାନ ରଖିବାକୁ ପଡ଼ିବ। ଦୁହେଁ ଦୁହିଁଙ୍କୁ ଯଦି ସମୟ ଦେଇ ପାରୁ ନାହାନ୍ତି ତା’ହେଲେ ଏଭଳି ସ୍ଥିତିରେ ଆପଣ ପୂର୍ବରୁ ଏକାଠି ବିତାଇଥିବା ସମୟକୁ ନେଇ ନିଜର ବିଚାରକୁ ଶେୟାର କରନ୍ତୁ।
ଝଗଡ଼ା ପରେ ଶୋଇବାକୁ ଯାଆନ୍ତୁ ନାହିଁ: ବହୁଥର ଦେଖିବାକୁ ମିଳେ ଝଗଡ଼ା ପରେ ଦମ୍ପତ୍ତିମାନେ ଦୁହେଁ ଦୁହିଁଙ୍କ ସାଙ୍ଗରେ କଥାବାର୍ତ୍ତା ବନ୍ଦ କରିଦିଅନ୍ତି। ଏଥିସହ ରାଗିକି ଶୋଇବାକୁ ଚାଲିଯାଆନ୍ତି। ଏଥିରେ ଦୁହିଁଙ୍କ ଭିତରେ କଳହ ଆହୁରି ବଢ଼ିଥାଏ। ତେବେ ନିଜ ଜୀବନରେ ଏଭଳି ଏକ ନିୟମ କରନ୍ତୁ, ଶୋଇବା ପୂର୍ବରୁ ଦୁଇଜଣଙ୍କ ଭିତରେ ହୋଇଥିବା ସମସ୍ତ ଝଗଡ଼ାକୁ ବା ଇସ୍ୟୁକୁ ଗୋଟିଏ ରାତି ଭିତରେ ଶେଷ କରନ୍ତୁ। ଫଳରେ ଆର ଦିନକୁ ନିଜ ସମ୍ପର୍କର ଏକ ନୂଆ ଆରମ୍ଭ କରିପାରିବେ।
ମିଳିମିଶି କାମ କରନ୍ତୁ: ବହୁଥର ସ୍ତ୍ରୀ ରୋଷେଇଘରେ କାମ କରୁଥିବା ବେଳେ ସ୍ବାମୀ ଅଲଗା ରୁମ୍‌ରେ ରହିଥାନ୍ତି। ଫଳରେ ଦୁହେଁ ଦୁହିଁଙ୍କୁ କମ୍‌ ସମୟ ଦେଇପାରନ୍ତି। ସ୍ବାମୀ ବାହାରର ସବୁ କାର୍ଯ୍ୟ କରୁଥିବା ବେଳେ ସ୍ତ୍ରୀ ଘରର ସବୁ କାମ କରିଥାନ୍ତି। ତେବେ ସବୁ କାମକୁ ମିଳିମିଶି କଲେ ଦୁହିଁଙ୍କ ଭିତରେ ଭଲ ପାଇବା ବଢ଼ିବା ସହ ଏକାଠି ସମୟ ମଧ୍ୟ ଅତିବାହିତ କରିପାରିବେ। ଏଥିସହ ଦୁଇଜଣଙ୍କ ଦାୟିତ୍ୱ ହାଲୁକା ହେବା ସହ ଦୁହେଁ ଦୁହିଁଙ୍କ ପାଇଁ ସମୟ କାଢ଼ିପାରିବେ ଏବଂ ଦୁହେଁ ଦୁହିଁଙ୍କ ଦାୟିତ୍ୱକୁ ମଧ୍ୟ ଭଲଭାବରେ ବୁଝିପାରିବେ। ଏକ ଟିମ୍‌ ଭଳି କାମ କଲେ ଆଗକୁ ଆସୁଥିବା ସମସ୍ତ ସମସ୍ୟାକୁ ଭଲ ଭାବେ ହ୍ୟାଣ୍ଡେଲ କରିପାରିବେ।
ଉଭୟ ପରସ୍ପରର ଧ୍ୟାନ ରଖନ୍ତୁ: ସମ୍ପର୍କ ପୁରୁଣା ହୋଇଗଲା ଭାବି ନିଜ ଭିତରେ ଧ୍ୟାନ ଦେବା କମ୍‌ କରନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଆପଣଙ୍କ ସମ୍ପର୍କ ଖରାପ୍‌ ହୋଇପାରେ। ଆପଣଙ୍କ ଧ୍ୟାନ ସାଥୀ ପ୍ରତି କମ୍‌ ହେଲେ ସେ ରାଗିବା ସହ ଭଲ ପାଇବା କମ୍‌ ହୋଇଯାଇଛି ବୋଲି ଭାବିପାରନ୍ତି। ଏଥିରୁ ବର୍ତ୍ତିବା ପାଇଁ ଦୁହେଁ ଦୁହିଁଙ୍କୁ ଧ୍ୟାନ ଦିଅନ୍ତୁ। ସାଥୀଙ୍କୁ ଆପଣଙ୍କର ଛୋଟ ଛୋଟ ପ୍ରଶଂସା ସମ୍ପର୍କକୁ ଆହୁରି ମଜ୍‌ଭୁତ କରିବ।
ବ୍ୟସ୍ତବହୁଳ ଜୀବନରେ ରୋମାନ୍ସ ଖୋଜନ୍ତୁ: ରୋମାନ୍ସ ଓ ଭଲ ପାଇବା ସ୍ତ୍ରୀ-ସ୍ବାମୀଙ୍କ ମଧ୍ୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନିଜ ବ୍ୟସ୍ତବହୁଳ ଜୀବନରୁ ସମୟ କାଢ଼ି ଆପଣ ନିଜ ସାଥୀଙ୍କୁ ଡିନର ଡେଟରେ ନେବା ସହ ଛୋଟମୋଟ ଗିପ୍ଟ, ସରପ୍ରାଇଜ୍‌ ମ୍ୟାସେଜ୍‌ ଇତ୍ୟାଦି ଦିଅନ୍ତୁ। ଏଥିସହ ଥରେ ଥରେ ନିଜ ଭଲ ପାଇବାକୁ ଜାହିର ମଧ୍ୟ କରନ୍ତୁ। ଏହି ସବୁ କଲେ ଆପଣଙ୍କ ଦାମ୍ପତ୍ୟ ଜୀବନ ଭଲରେ କଟିବା ସହ ସୁଖୀ ମଧ୍ୟ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନାବାଦାମ ଖାଉଥିଲେ

ଚିନାବାଦାମ ଖାଇବା ଅନେକଙ୍କର ପସନ୍ଦ। ତେବେ ଭଜା ଚିନାବାଦାମ ତୁଳନାରେ ସିଝା ଚିନାବାଦାମ ଖାଇଲେ ଶରୀରକୁ ଅନେକ ଉପକାର ମିଳିଥାଏ। ପ୍ରଥମତଃ ଭଜା ଚିନାବାଦାମ ତୁଳନାରେ...

ଫଟୋ ବି ବଦଳାଇପାରେ ଭାଗ୍ୟ: ଜାଣନ୍ତୁ କେମିତି…

ପ୍ରତ୍ୟେକ ବ୍ୟକ୍ତିଙ୍କର ସମସ୍ୟା ଭିନ୍ନ ଭିନ୍ନ ହୋଇଥାଏ। କାହାର ଚାକିରିକୁ ନେଇ ଟେନ୍‌ସନ୍‌ ରହିଥାଏ ତ କାହାର ବିଜ୍‌ନେସ୍‌କୁ ନେଇ। ପୁଣି କିଏ ପଇସାପତ୍ର ପାଇଁ...

ଟେନ୍‌ସନ୍‌ରେ ରହୁଛନ୍ତି କି? ଦେଖାଦେଇପାରେ ଏହି ବଡ଼ ସମସ୍ୟା…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ନିଜ ଜୀବନଶୈଳୀ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଦରକାର। କାରଣ ନିଜକୁ ସୁସ୍ଥ ରଖିବା ପଛରେ ଏହା ଅନେକାଂଶରେ ସାହାଯ୍ୟ କରିଥାଏ।...

ସୁସ୍ଥ ହୃତ୍‌ପିଣ୍ଡ, ନୀରୋଗ ଶରୀର

ମଣିଷ ଶରୀରରେ ହୃତ୍‌ପିଣ୍ଡ ମୁଖ୍ୟତଃ ଏକ ମାଂସପେଶୀୟ ଅଙ୍ଗ। ଏହାର ଆକାର ହାତର ମୁଠା ସହ ପ୍ରାୟ ସମାନ। ଓଜନ ୨୫୦-୩୫୦ ଗ୍ରାମ୍‌, ଲମ୍ବ ୧୨...

Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri