ସୁଖ ନିଦ୍ରା ଲାଗି…

ଏକ ସୁସ୍ଥ ଜୀବନ ଲାଗି ପ୍ରତିଦିନ ପର୍ଯ୍ୟାପ୍ତ ନିଦ୍ରା ନିତାନ୍ତ ଆବଶ୍ୟକ। ହେଲେ ବର୍ତ୍ତମାନ କାର୍ଯ୍ୟ ବ୍ୟସ୍ତତା ହେଉ କିମ୍ବା ଅନ୍ୟାନ୍ୟ କାରଣରୁ ଅଧିକାଂଶ ମହିଳା ନିଦ୍ରାହୀନତା ଭୋଗୁଛନ୍ତି । ଯାହାକି ପରବର୍ତ୍ତୀ ସମୟରେ ବିଭିନ୍ନ ସାସ୍ଥ୍ୟ ସମସ୍ୟାର କାରଣ ସାଜୁଛି। ତେଣୁ ପ୍ରତିଦିନ ସୁଖ ନିଦ୍ରା ଲାଗି ଜାଣି ରଖନ୍ତୁ କିଛି ସହଜ ଉପାୟ…

ନିଦ ନ ହେବାର କାରଣ ଖୋଜନ୍ତୁ । ପ୍ରତିଦିନ ଶୋଇବା ଲାଗି ଅତି କମ୍‌ରେ ୬ରୁ ୭ ଘଣ୍ଟା ସମୟ ଦିଅନ୍ତୁ। ଆବଶ୍ୟକ ସ୍ଥଳେ ଜୀବନଶୈଳୀରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରନ୍ତୁ।
ରାତି ପର୍ଯ୍ୟନ୍ତ କାମ କରିବା, ଟିଭି ଦେଖିବା, ବହି ପଢିବା ଆଦି ଅଭ୍ୟାସ ଅନେକଙ୍କର ରହିଛି। ଯାହାକି ନିଦ୍ରାହୀନତାର କାରଣ ସାଜିପାରେ। ତେଣୁ ଏପରି ଅଭ୍ୟାସ ଥିଲେ ତୁରନ୍ତ ପରିବର୍ତ୍ତନ କରନ୍ତୁ।
ଆସିବା ଲାଗି ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ଉଷୁମ କ୍ଷୀର ପିଅନ୍ତୁ ଉପକୃତ ହେବେ।
ସେବନ ଅଭ୍ୟାସ ବିଭିନ୍ନ ରୋଗ ସୃଷ୍ଟି କରିବା ସହତ ନିଦ୍ରାହୀନତାର ମଧ୍ୟ ମୁଖ୍ୟ କାରଣ। ତେଣୁ ଯଥା ସମ୍ଭବ ଏଥିରୁ ନିଜକୁ ଦୂେଇ ରଖନ୍ତୁ ଦେଖିବେ ନିଦ ଭଲ ହେବା ସହ ଶରୀର ସୁସ୍ଥ ମଧ୍ୟ ରହିବ।
ସମ୍ପୂର୍ଣ୍ଣ ହେବା ଲାଗି କେହି କେହି ନିଦ ଔଷଧ ସେବନ କରୁଥିବା ଦେଖିବାକୁ ମିଳିଥାଏ । ଏପରି ଆଦୌ କରନ୍ତୁ ନାହିଁ। କେବେ କେବେ ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ଅନ୍ୟ ରୋଗ ସୃଷ୍ଟି ହେବାର ଆଶଙ୍କା ରହିଛି। ସର୍ବଦା ପ୍ରାକୃତିକ ଉପାୟରେ ନିଦ ହେବାକୁ ଚେଷ୍ଟା କରନ୍ତୁ। ଆପର ଚାହିଁଲେ ଯୋଗ, ଆସନ, ପ୍ରାଣାୟାମ, ବ୍ୟାୟାମ ଆଦି କରିପାରିବେ। ଯାହାକି ଆପଣଙ୍କ ନିଦ ପୂରା କରିବା ସହ ଶରୀରକୁ ମଧ୍ୟ ଫିଟ୍‌ ରଖିବ।
ଚାପ କିମ୍ବା ଅବସାଦ ଥିଲେ ସେଥିରୁ ମୁକୁଳିବାକୁ ଚେଷ୍ଟା କରନ୍ତୁ ଏବଂ ମନକୁ ହାଲୁକା କରନ୍ତୁ। ସେଥିପାଇଁ ମନ ଖୁସି ରଖନ୍ତୁ, ସ୍ଲୋ ମ୍ୟୁଜିକ୍‌ ଶୁଣନ୍ତୁ।
ନିଦ୍ରା ଲାଗି ତେଲ ମସଲା ଯୁକ୍ତ ଖାଦ୍ୟ ଏବଂ ଜଙ୍କ ଫୁଡ୍‌ ଆଦି ପରିବର୍ତ୍ତେ ସନ୍ତୁଳିତ ଖାଦ୍ୟ ଖାଆନ୍ତୁ। ଖାଦ୍ୟ ତାଲିକାରେ ବିଶେଷ କରି ଭିଟାମିନ୍‌ ବି-୧୨ ଯୁକ୍ତ ଖାଦ୍ୟକୁ ସାମିଲ କଲେ ମେଲାଟୋନିନ୍‌ ହର୍‌ମୋନ୍‌ର କ୍ଷରଣ ବୃଦ୍ଧି ହୋଇ ଭଲ ନିଦ ହେବାରେ ସାହାଯ୍ୟ କରିବ।
ସମସ୍ତ ଉପାୟ ଆପଣାଇବା ପରେ ଯଦି କିଛି ଉପକାର ନ ମିଳେ ତେବେ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଖାଲି ପେଟରେ କାହିଁକି ଖାଆନ୍ତି ଗ୍ୟାସ ବଟିକା?

ଅଧିକ ଖାଇ ଦେଲେ ଗ୍ୟାସ ହୁଏ , କିଛି ନ ଖାଇଲେ ବି ଗ୍ୟାସ ହୁଏ କାହିଁକି ? ଶୁଣନ୍ତୁ ଏନେଇ କଣ କହୁଛନ୍ତି ଡାକ୍ତର।

ଏସବୁ ଗୁଣକୁ କାଢ଼ି ଫୋପାଡି ଦେଲେ ରାତାରାତି ହୋଇଯିବେ…

ମହାନ ଆଚାର୍ଯ୍ୟ ତଥା ପଣ୍ଡିତ ଚାଣକ୍ୟଙ୍କ ନୀତିଶାସ୍ତ୍ର ବିଭିନ୍ନ ବିଷୟ ଉପରେ ପ୍ରଚାର କରିବା ସହିତ ସଠିକ୍‌ ମାର୍ଗଦର୍ଶନ କରାଇଥାଏ। ସେ ବ୍ୟକ୍ତିଗତ ହେଉ କି...

ସନ୍ତୁଳିତ ରହିବ ଡାଇବେଟିସ୍‌

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଡାଇବେଟିସ୍‌ ଯଦି ଜଟିଳ ଆକାର ଧାରଣ କରେ ଏବଂ...

କୃତ୍ରିମ ରକ୍ତ

ପିଟ୍ସବର୍ଗ ମେଡିକାଲ ୟୁନିଭରସିଟିର ରୋଗୀ ରକ୍ତ ପରିଚାଳନା କାର୍ଯ୍ୟକ୍ରମର ନିର୍ଦ୍ଦେଶକ ଜୋନାଥନ ୱାଟର୍ସ ଗତ ଏକ ଦଶନ୍ଧି ମଧ୍ୟରେ ଏହାକୁ ବ୍ୟବହାର କରି ଅନେକ ରୋଗୀଙ୍କ...

ଉପାଦେୟ ଅଶୋକ ପୁଷ୍ପ

ରାମାୟଣରେ ବର୍ଣ୍ଣିତ ହୋଇଛି ଯେ, ରାବଣ ସୀତାଙ୍କୁ ଚୋରାଇ ନେଇ ଲଙ୍କାର ଅଶୋକ ବନରେ ବନ୍ଦୀ କରି ରଖିଥିଲା। ଅଶୋକ ବୃକ୍ଷ ମୂଳରେ ବସି ସୀତା...

ନିୟମିତ ଦହି ଖାଉଥିଲେ…

ଦହି ପ୍ରାକୃତିକ ଭାବେ ହେଉଥିବାରୁ ଏହା ସ୍ବାସ୍ଥ୍ୟ ପାଇଁ ଉପଯୋଗୀ। ଏଥିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକୁ...

କନ୍ଦମୂଳ ଖାଉଥିଲେ…

ଆମ ଭିତରୁ ଅନେକେ କନ୍ଦମୂଳ ଖାଇବାକୁ ବହୁତ ଭଲ ପାଇଥାନ୍ତି। ଏହା ଖାଇବାକୁ ଯେମିତି ସୁସ୍ବାଦୁ ଲାଗେ ସେମିତି ଶରୀର ପାଇଁ ବେଶ୍‌ ଉପକାରୀ ମଧ୍ୟ...

ପିଲାଙ୍କ ସ୍ମରଣ ଶକ୍ତି ବଢ଼ାଇବା ପାଇଁ ଚାହୁଁଥିଲେ…

କୁହାଯାଏ, ବାସ୍ତୁ ଅନୁଯାୟୀ ପିଲାମାନଙ୍କ ରୁମ୍‌ ହୋଇଥିଲେ ସେମାନଙ୍କୁ ଭଲ ନିଦ ହେବା ସହ ସେମାନଙ୍କ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ। ଏଥିସହିତ ପାଠପଢା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri