ସୁଗୁନା ଫୁଡ୍‌ ସୁପରଭାଇଜରଙ୍କ ସନ୍ଦେହଜନକ ମୃତ୍ୟୁ: ଗେଷ୍ଟ ହାଉସ୍‌ରୁ ମିଳିଲା ମୃତଦେହ

ଭଦ୍ରକଅଫିସ,୨।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆରଡି ଛକ ନିକଟରେ ଥିବା ସୁଗୁନା ଫୁଡ୍‌ର ଗେଷ୍ଟ ହାଉସ୍‌ରୁ କମ୍ପାନୀର ସୁପରଭାଇଜରଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଦେବୀପ୍ରସାଦ ଚମ୍ପତିରାୟ। ଦୀର୍ଘଦିନ ଧରି ସେ ସୁଗୁନା କମ୍ପାନୀରେ ସୁପରଭାଇଜର ଭାବେ ଭଦ୍ରକରେ କାମ କରୁଥିଲେ। ଶାଖା ପରିଚାଳକଙ୍କୁ ନୂଆବର୍ଷ ପାଇଁ ଭୋଜି କରିବା ପାଇଁ କହିଥିଲେ। କିନ୍ତୁ ଶାଖା ପରିଚାଳକ ଯୋଗ ନ ଦେଇ ଘରକୁ ପଳାଇଯାଇଥିଲେ। ପରେ ତାଙ୍କର ମୃତ୍ୟୁ ଖବର ପାଇ ଦେବୀପ୍ରସାଦଙ୍କୁ ସେମାନେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Share