ସୁଜୟଙ୍କ ପ୍ରଶଂସାରେ ସୋନମ

ସୋନମ କପୁରଙ୍କ ମୁହଁରେ ଏବେ ସୁଜୟ ଘୋଷଙ୍କ ପ୍ରଶଂସା ଶୁଣିବାକୁ ମିଳୁଛି। କାରଣ ସୁଜୟଙ୍କ ଆଗାମୀ ରିମେକ୍‌ ଫିଲ୍ମରେ ସେ ଅଭିନୟ କରିବାକୁ ଯାଉଛନ୍ତି। ଯେତେବେଳେ ଏହି ଅଫର ତାଙ୍କୁ ଦିଆଗଲା ସେତେବେଳେ ସେ ଆଗପଛ ବିଚାର ନ କରି ହଁ ଭରିଥିଲେ। ଆଉ ଏବେ ଯୁଆଡ଼େ ଗଲେ ନିର୍ଦ୍ଦେଶକ ସୁଜୟଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି। ‘ସୁଜୟଙ୍କ ପରି ନିର୍ଦ୍ଦେଶକଙ୍କ ସହ କାମ କରିବା ଛୋଟିଆ କଥା ନୁହେଁ। ଥରେ ତାଙ୍କ ସହ ମୋର ଭେଟ ହୋଇଥିଲା। ସେହି ସମୟରେ ସେ ମୋତେ ଆକ୍ଟିଂ ବିଷୟରେ ଅନେକ କଥା କହିଥିଲେ ଯାହା ମୋ ପାଇଁ ଉପାଦେୟ ସାବ୍ୟସ୍ତ ହୋଇଛି। ତାଙ୍କର ଏହି ଫିଲ୍ମଟି ମୋ କ୍ୟାରିୟର ପାଇଁ ଟର୍ନିଂ ପଏଣ୍ଟ ହେବ ବୋଲି ଆଶା ରଖିଛି ବୋଲି କହନ୍ତି ସୋନମ। ୨୦୧୧ରେ କୋରିଆ ଭାଷାରେ ନିର୍ମିତ ଚଳଚ୍ଚିତ୍ର ‘ବ୍ଲାଇଣ୍ଡ’ର ରିମେକ କରୁଛନ୍ତି ସୁଜୟ। ସୁଜୟଙ୍କ ସହ ଷ୍ଟୁଡିଓ ୧୮ ଏହାର ପ୍ରଯୋଜନା ଭାର ତୁଲାଉଛନ୍ତି। ଫିଲ୍ମଟିର ନିର୍ଦ୍ଦେଶନା ଦେବେ ସୋମେ ମାଝିକା।

Share