ସୁଣ୍ଢିରା, ପୂର୍ବପଡା ଗ୍ରାମରେ ମାସ୍କ ବଣ୍ଟନ

ଖଇରା, ୨୦।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ସୁଣ୍ଢିରା ପଞ୍ଚାୟତ ବାରପଡାସ୍ଥିତ ବାବା ଆଳଣ୍ଡଳେଶ୍ୱର ବୋଲବମ କମିଟି ପକ୍ଷରୁ ରବିବାର ସଚେତନତା କାର୍ଯ୍ୟକ୍ରମ ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି। ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ଓ ସରପଞ୍ଚ ସଞ୍ଜୟ କୁମାର ସେଠୀ ଏହାକୁ ଉଦ୍‌ଘାଟନ କରିଥିଲେ। ସୁଣ୍ଢିରା ଓ ପୂର୍ବପଡା ଗ୍ରାମରେ କରୋନା ମୁକାବିଲା ଉପରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଡିଓ ବଳ ବୁଝାଇଥିଲେ ା ପରେ ମାସ୍କ ଓ ସାବୁନ ବଣ୍ଟନ କରାଯାଇଥିଲା ା କମିଟି ପକ୍ଷରୁ ମନ୍ଦିର ନିକଟରୁ ଗ୍ରାମ ଶେଷମୁଣ୍ଡ ପର୍ଯ୍ୟନ୍ତ ନାଳ ନର୍ଦ୍ଦମାକୁ ସାନିଟାଇଜ କରାଯାଇଥିଲା ା ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ ଦେବେନ୍ଦ୍ର ନାୟକ, ନିର୍ଦ୍ଦେଶକ ସନ୍ତୋଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ଶତ୍ରୁଘ୍ନ ଲେଙ୍କା, ସଭ୍ୟ ଯାମନୀକାନ୍ତ ଖଟୁଆ, ଡମ୍ବରୁ ଜେନା, କରୁଣାକର ଜେନା, ରବୀନ୍ଦ୍ର ରଣା, ଭଗବାନ ଦାସ, ଧର୍ମେନ୍ଦ୍ର ମହାନ୍ତି, ଅକ୍ଷୟ ବେହେରା, ଧର୍ମେନ୍ଦ୍ର ତଥା ବାରପଡା ବୋଲବମ କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ ା