ସୁଦର୍ଶନପୁର ପୂର୍ବତନ ସରପଞ୍ଚଙ୍କ ପରଲୋକ

ବାସୁଦେବପୁର,୧।୨: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ସୁଦର୍ଶନପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୁବନାନନ୍ଦ ମଲିକଙ୍କ ଶନିବାର ଭୋର ସମୟରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଭୁବନାନନ୍ଦଙ୍କୁ ବାସୁଦେବପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିବା ଡାକ୍ତର କହିଛନ୍ତି। ମୃତଦେହ ବ୍ୟବଚ୍ଛେଦ ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ତାଙ୍କ ମୃତ୍ୟୁରେ ପଞ୍ଚାୟତବାସୀ ଦୁଃଖ ପ୍ରକାଶ କରିବା ସହ ବିଧାୟକଙ୍କ ପ୍ରତିନିଧି ଅସିତ ଦାସ, ସରପଞ୍ଚ ଦୀନବନ୍ଧୁ ଦାସ ପ୍ରମୁଖ ଶେଷ ଦର୍ଶନ କରିଛନ୍ତି।