ନୂଆଦିଲ୍ଲୀ,୪।୧୦: ମୁଦ୍ରାନୀତି ସମୀକ୍ଷା ପରେ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୦.୨୫ ବେସିସ୍ ପଏଣ୍ଟ ହ୍ରାସ କରିଛି। ଫଳରେ ୫.୧୫ ପ୍ରତିଶତକୁ ରେପୋ ରେଟ ହ୍ରାସ ପାଇଛି। ମୁଦ୍ରାନୀତି ସମୀକ୍ଷା ପରେ ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି। ରେପୋ ରେଟ ହ୍ରାସ ପାଇବା ପରେ ଗୃହ, ଅଟୋମୋବାଇଲ ଓ କର୍ପୋରେଟ ଋଣ ଶସ୍ତା ହେବ। ସୂଚନାଯୋଗ୍ୟ, ଗତ ଅଗଷ୍ଟ ମାସରେ ଆରବିଆଇ ୦.୩୫ ବେସିସ୍ ପଏଣ୍ଟ ରେପୋ ରେଟ୍ ହ୍ରାସ୍ କରିଥିଲା।