Categories: ବାଣିଜ୍ୟ

ସୁଧହାର କମାଇଲେ ୬ ବ୍ୟାଙ୍କ

ନୂଆଦିଲ୍ଲୀ,୧୧-୧୦: ଦେଶର ୬ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ସୁଧହାରକୁ ୦.୨୫% ହ୍ରାସ କରିଛନ୍ତି। ଏହା ମଧ୍ୟରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମେତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ, ବ୍ୟାଙ୍କ ଅଫ ମହରାଷ୍ଟ୍ର ଭଳି ବ୍ୟାଙ୍କ ରହିଛନ୍ତି। ନିକଟରେ ରିଜର୍ଭ ବ୍ୟାଙ୍କ ଏହାର ରେପୋ ହ୍ରାସ କରିବା ପରେ ବ୍ୟାଙ୍କଗୁଡିକ ଏଭଳି ନିଷ୍ପତ୍ତି ନେଇଛନ୍ତି। ବ୍ୟାଙ୍କଗୁଡିକର ଏହି ନିଷ୍ପତ୍ତି ଫଳରେ ହୋମ, ଅଟୋମୋବାଇଲ ଏବଂ ଅନ୍ୟ ଋଣ ଶସ୍ତା ହୋଇଛି। ନଭେମ୍ବର ୧ ପରଠାରୁ ରେପୋ ସଂଯୋଗୀ ଋଣ ପ୍ରଦାନ ବ୍ୟବସ୍ଥା କରାଯାଇଥିବା ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

Share