Categories: ଜାତୀୟ

ସୁଧାକରଙ୍କୁ ମନାଇବାକୁ ମୁମ୍ବାଇ ପହଞ୍ଚିଲେ ନାଗରାଜ

ମୁମ୍ବାଇ,୧୪।୭: କର୍ନାଟକ ସରକାରରେ ଫାଟ ସୃଷ୍ଟି ହୋଇଥିବା ବେଳେ କିଛିଦିନ ତଳେ କଂଗ୍ରେସରୁ ଇସ୍ତଫା ଦେଇଥିବା ବିଧାୟକ ଏମ୍‌ଟିବି ନାଗରାଜ ତାଙ୍କ ଇସ୍ତଫା ପତ୍ର ଫେରାଇ ନେବାକୁ ରାଜି ହୋଇଛନ୍ତି। ହେଲେ ସେ ଏଥିପାଇଁ ଏକ ସର୍ତ୍ତ ରଖିଛନ୍ତି। ସେ କହିଛନ୍ତି ତାଙ୍କ ସହ ମିଶି ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକ ସୁଧାକର ଯଦି ତାଙ୍କ ଇସ୍ତଫା ପତ୍ର ଫେରାଇ ନିଅନ୍ତି ତେବେ ସେ ମଧ୍ୟ ତାଙ୍କ ଇସ୍ତଫା ପ୍ରତ୍ୟାହାର କରିବେ। ସୁଧାକର କିନ୍ତୁ ଏହି ସମୟରେ ମୁମ୍ବାଇରେ ଅଛନ୍ତି ଓ ତାଙ୍କୁ ଫୋନ୍‌ ଯୋଗେ ମଧ୍ୟ ସମ୍ପର୍କ କରି ହେଉ ନ ଥିବାରୁ ନାଗରାଜ ରବିବାର ସୁଧାକରଙ୍କୁ ମନାଇବାକୁ ମୁ୍‌ମ୍ବାଇ ପହଞ୍ଚିଛନ୍ତି। ସୂଚନାଯୋଗ୍ୟ, ଜୁଲାଇ ୧୦ରେ ଉଭୟ କଂଗ୍ରେସ ବିଧାୟକ ନାଗରାଜ ଓ ସୁଧାକର ବାଚସ୍ପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏବେ କିନ୍ତୁ କର୍ନାଟକ ସରକାରର ସଂଖ୍ୟା ଗରିଷ୍ଠତା ପାଇଁ ସେ ମନ ବଦଳାଇ ପୁଣି ଥରେ କଂଗ୍ରେସକୁ ଫେରିବେ ବୋଲି କହିଛନ୍ତି।

Share