ସୁଧୀର ୧୦୯୭୯ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୧ତମ ରାଉଣ୍ଡ ସୁଦ୍ଧା ୭୭,୭୭୦ ଭୋଟ କାଉଣ୍ଟ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୩୬,୨୯୪ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୨୫,୩୧୫ ଏବଂ କଂଗ୍ରେସର ନବୀନ ନନ୍ଦ ୧୨,୭୨୧ ଖଣ୍ଡ ଭୋଟ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ସୁଧୀର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୧୦,୯୭୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।