ସୁଧୀର ୧୩୯୮୩ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୧୭ତମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୧୭ ହଜାର ୧୭୮ ଭୋଟ ଗଣତି କରାଯାଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୫୩,୯୬୬ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୩୯,୯୮୩ ଏବଂ କଂଗ୍ରେସର ନବୀନ ନନ୍ଦ ୧୭,୯୫୬ ଖଣ୍ଡ ଭୋଟ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ସୁଧୀର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୧୩,୯୮୩ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।