ସୁଧୀର ୭୭୯୧ ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୭ଷ୍ଠ ରାଉଣ୍ଡ ସୁଦ୍ଧା ୫୦,୭୦୨ ଖଣ୍ଡ ଭୋଟ ଗଣତି ହୋଇଛି। ବିଜେଡିର ସୁଧୀର ସାମଲ ୨୪,୧୨୬ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୧୬,୩୩୫ ଏବଂ କଂଗ୍ରେସର ନବୀନ ନନ୍ଦ ୮,୨୭୬ ଖଣ୍ଡ ଭୋଟ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ସୁଧୀର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୭୭୯୧ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।