ସୁଧୀର ୮୫୮୨ଭୋଟରେ ଆଗୁଆ

ଢେଙ୍କାନାଳ ଅଫିସ, ୨୩।୫-ଢେଙ୍କାନାଳ ବିଧାନସଭା ଆସନରେ ୯ମ ରାଉଣ୍ଡ ସୁଦ୍ଧା ୬୫,୫୬୦ ଭୋଟ କାଉଣ୍ଟ ହୋଇଛି। ସେଥିରୁ ବିଜେଡିର ସୁଧୀର ସାମଲ ୩୦,୬୯୨ ଖଣ୍ଡ ଭୋଟ ସହ ପ୍ରଥମ ସ୍ଥାନରେ ଅଛନ୍ତି। ଭାଜପାର କୃଷ୍ଣଚନ୍ଦ୍ର ପାତ୍ର ୨୨,୧୧୦ ଏବଂ କଂଗ୍ରେସର ନବୀନ ନନ୍ଦ ୯,୯୮୦ ଖଣ୍ଡ ଭୋଟ ସହ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀ ସୁଧୀର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର କୃଷ୍ଣଚନ୍ଦ୍ର ପାତ୍ରଙ୍କଠାରୁ ୮୫୮୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି।