Categories: ବାଣିଜ୍ୟ

ସୁଧ ହାର କମାଇଲା ଏସ୍‌ବିଆଇ

ନୂଆଦିଲ୍ଲୀ,୮।୫: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏହାର ବେଞ୍ଚମାର୍କ ସୁଧହାରକୁ ୧୫ ବେସିସ୍‌ ପଏଣ୍ଟ ହ୍ରାସ କରାଯାଇଛି। ଋଣ ଉପରେ ଏହି ସୁଧ ହାର ୧୦ ମେଠାରୁ ଲାଗୁ ହେବ। ସବୁ ଅବଧି ଋଣ ଉପରେ ଏହା ଲାଗୁ କରାଯିବ। ଏହି ନିଷ୍ପତ୍ତି ଉପରେ ଲୋକଙ୍କର ଇଏମ୍‌ଆଇ କମିବ ବୋଲି ଜଣାପଡିଛି। ସେହିଭଳି ବ୍ୟାଙ୍କର ଋଣ ଉପରେ ବାର୍ଷିକ ସୁଧହାର ୭.୪୦%ରୁ ୭.୨୫%କୁ ଖସିଛି। ସେହିଭଳି ବ୍ୟାଙ୍କ ବରିଷ୍ଠ ନାଗରିକଙ୍କ ଲାଗି ଏକ ସ୍ବତନ୍ତ୍ର ଜମା ସ୍କିମ୍‌ ଘୋଷଣା କରିଛି। ରିଟେଲ ଟର୍ମ ଡିପୋଜିଟ୍‌ ସେଗ୍‌ମେଣ୍ଟରେ ନୂଆ ଯୋଜନା ଏସ୍‌ବିଆଇ ଓ୍ବିକେୟାର ଡିପୋଜିଟକୁ ଆରମ୍ଭ କରାଯାଇଥିବା ବ୍ୟାଙ୍କ ପକ୍ଷରୁ ସୂଚନା ରହିଛି। ଏହାବାଦ ବ୍ୟାଙ୍କ ଟର୍ମ ଜମା ଉପରେ ସୁଧ ହାରକୁ ୨୦ ବେସିସ୍‌ ପଏଣ୍ଟ କମାଇଛି। ଏହା ୧୨ ମେ ଠାରୁ ଲାଗୁ ହେବ।

Share