ସୁନାଗରିକ ଭାବେ ନିଜ ଅଞ୍ଚଳକୁ ଆସୁଥିବା ପ୍ରବାସୀଙ୍କ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦିଅନ୍ତୁ, କରୋନା ମୁକାବିଲାରେ ସହଯୋଗ କରନ୍ତୁ: ଏସ୍‌ଆର୍‌ସି

ଭୁବନେଶ୍ୱର,୨୪।୫(ବ୍ୟୁରୋ): ଆଗାମୀ ଦିନରେ କୌଣସି ବ୍ୟକ୍ତି ଯଦି ରାଜ୍ୟ ବାହାରୁ ଆସନ୍ତି ତାହାହେଲେ ଜଣେ ସୁନାଗରିକ ହିସାବରେ ଏ ସମ୍ପର୍କିତ ତଥ୍ୟ ନିକଟସ୍ଥ ପଞ୍ଚାୟତ ଅଥବା ସହରାଞ୍ଚଳ ଅଧିକାରୀଙ୍କୁ ଦେବାରେ ସାହାଯ୍ୟ କରନ୍ତୁ। ଦେଶର ବିଭିନ୍ନ ରାଜ୍ୟରୁ ଶ୍ରମିକ ଓ ପ୍ରବାସୀମାନେ ସ୍ବତନ୍ତ୍ର ସ୍ପେଶାଲ ଟ୍ରେନ୍‌ ଯୋଗେ ଆମ ରାଜ୍ୟକୁ ଆସୁଛନ୍ତି। ପୂର୍ବ ନିୟମ ଅନୁସାରେ ଓଡ଼ିଶା ସରକାରଙ୍କ ସହମତି କ୍ରମେ ଅନ୍ୟ ରାଜ୍ୟରୁ ଟ୍ରେନ୍‌ ଚଳାଚଳ ହେଉଥିଲା। ଯାତ୍ରୀମାନେ ଆସିବା ପୂର୍ବରୁ/ ଟ୍ରେନ୍‌ ଛାଡ଼ିବା ପୂର୍ବରୁ ସେମାନଙ୍କ ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଥାଏ। ତଦନୁଯାୟୀ ସେମାନେ କେଉଁ ଜିଲାର ଲୋକ, କେଉଁଠିକୁ ଯିବେ ସମସ୍ତ ସୂଚନା ଭାରତୀୟ ରେଳବାଇ କର୍ତ୍ତୃପକ୍ଷ ରାଜ୍ୟକୁ ଦିଅନ୍ତୁ। ଉକ୍ତ ତଥ୍ୟନୁଯାୟୀ, ରାଜ୍ୟର କେଉଁ ନିର୍ଦ୍ଧିଷ୍ଟ ଷ୍ଟେଶନରେ ରେଳ ରହିବ, ସେଠାରୁ କେଉଁ ଜିଲାକୁ ଯାତ୍ରୀ ଯିବେ, କେତେ ସଂଖ୍ୟକ ଯାତ୍ରୀ ଯିବେ ଆକଳନ କରି ପୂର୍ବରୁ ବ୍ୟବସ୍ଥା କରାଯାଏ। ସବୁ ଜିଲାକୁ ବସ୍‌ ଯେଗେ ଯାତ୍ରୀମାନେ ସରକାରୀ ଖର୍ଚ୍ଚରେ ଯାଇଥାନ୍ତି। ଜିଲାରେ ପହଞ୍ଚିବା ପରେ ସ୍ବାସ୍ଥ୍ୟବିଭାଗ ନିୟମାନୁଯାୟୀ ତାଙ୍କୁ ସରକାରଙ୍କ ତରଫରୁ ବ୍ୟବସ୍ଥିତ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥାଏ। କିନ୍ତୁ କିଛି ଦିନ ତଳେ କେନ୍ଦ୍ର ସରକାରଙ୍କ ନିୟମାନୁଯାୟୀ ଆମ ରାଜ୍ୟର ବିନା ସହମତିରେ ବି ଟ୍ରେନ୍‌ ଆସିପାରିବେ। ଫଳରେ ଅନେକ ଗୁଡ଼ିଏ ଟ୍ରେନ୍‌ ଏକାସାଙ୍ଗରେ ଆମ ରାଜ୍ୟକୁ ବାହାରୁଛି। ଫଳରେ ନିର୍ଦ୍ଧିଷ୍ଟ ଷ୍ଟେଶନରେ କେତେ ସଂଖ୍ୟକ ଯାତ୍ରୀ ଆସିବେ, ସେମାନଙ୍କ ପାଇଁ କି ବ୍ୟବସ୍ଥା ଗ୍ରହଣ କରାଯିବ ତାହା ଅନିଶ୍ଚିତତା ମଧ୍ୟରେ ରହିଛି। ଏଣୁ ବିନା ତଥ୍ୟରେ ଏଭଳି ସମସ୍ୟା ଉପୁଜିପାରେ। ସରକାରଙ୍କୁ ଏଥିନିମନ୍ତେ ସହଯୋଗ କରନ୍ତୁ ବୋଲି ରବିବାର କରୋନା ମୁକାବିଲାକୁ ନେଇ ଆୟୋଜିତ ଖବରଦାତା ସମ୍ମିଳନୀରେ ଏସ୍‌ଆର୍‌ସି ପ୍ରଦୀପ ଜେନା ଏହି ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri